Pratidin TV

Odisha's Digital News Platform

(ଭିଡିଓ)ରମାଦେବୀ ଛାତ୍ରୀ ପାଇବେ ସିଧାସଳଖ BPO ନିଯୁକ୍ତି ..

1 min read

ଭୁବନେଶ୍ୱର : ଆଜି ରାଜଧାନୀ ଭୁବନେଶ୍ୱରରେ ମୂଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ଵାରା ବିଶ୍ୱର ଅନ୍ୟତମ ପ୍ରମୁଖ ବୃତ୍ତିଗତ ସେବା ସଂସ୍ଥା କନେସନଟ୍ରିକ୍ସ ବିପିଓ ର ଉଦଘାଟନ କରାଯାଇଛି ।

ଏହି ଅବସରରେ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ତଥା କ୍ରୀଡ଼ା ଓ ଯୁବ-କଲ୍ୟାଣ ଓ ଗୃହ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପରାମର୍ଶଦାତା ଅନୁଭବ ପଟ୍ଟନାୟକ, ୫ଟି ସଚିବ ଭି. କେ. ପାଣ୍ଡିଆନ୍, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ରମାଦେବୀ ବିଶ୍ୱବିଦ୍ୟାଳୟ ଉପ-କୁଳପତି ଅର୍ପିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭାରତ ସମେତ ବିଭିନ୍ନ ଦେଶରେ ଅବସ୍ଥାପିତ କନେସନଟ୍ରିକ୍ସ ବିପିଓ କମ୍ପାନିର କେନ୍ଦ୍ରଗୁଡ଼ିକ ‘ସର୍ବୋତ୍ତମ କାର୍ୟ୍ୟସ୍ଥଳୀ ଭାବରେ ତାଲିକାଭୁକ୍ତ ହୋଇପାରିଛି । କନେସନଟ୍ରିକ୍ସ ଭୁବନେଶ୍ୱରରେ କଷ୍ଟମର ଏକ୍ସପିରିଏନ୍ସ ସେଣ୍ଟର ପ୍ରତିଷ୍ଠା କରିବାସହିତ ମହିଳା ସଶକ୍ତିକରଣ ଓ ନିଯୁକ୍ତି ସୁଯୋଗ ସୃଷ୍ଟିପାଇଁ ଇତ୍ୟବସରରେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସହିତ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମା ଫଳରେ ବିଶ୍ୱବିଦ୍ୟାଳୟର ପରିସରରେ “କନେସନଟ୍ରିକ୍ସର ଏକ ଦକ୍ଷତା ବିକାଶ କେନ୍ଦ୍ର” ସ୍ଥାପନ କରାଯାଇ ଯୋଗ୍ୟା ଛାତ୍ରୀମାନଙ୍କୁ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇ ନିଯୁକ୍ତି ପ୍ରଦାନ କରାଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *