Pratidin TV

Odisha's Digital News Platform

ୟୁଜର୍ସଙ୍କ ପାଇଁ ବଡ ଖବର ; ଅକ୍ଟୋବର ୨୪ରୁ ଏହିସବୁ ଫୋନରେ ଆଉ ଚାଲିବନି ହ୍ୱାଟ୍ସଆପ୍ !

1 min read

ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ବଡ ଖବର । ଆସନ୍ତା ଅକ୍ଟୋବର ୨୪ରୁ କିଛି ପୁରୁଣା ଆଣ୍ଡ୍ରୋଏଡ୍ ଏବଂ ଆଇଫୋନରେ ହ୍ୱାଟ୍ସଆପ୍ କାମ କରିବ ନାହିଁ । ଦିନକୁ ଦିନ ହ୍ୱାଟ୍ସଆପରେ ଫିଚର୍ସ ଅପଡେଟ୍ ହେବାରେ ଲାଗିଛି । ଯାହାକି ପୂରୁଣା ଆଣ୍ଡ୍ରୋଏଡ୍ ଫୋନରେ ସପୋର୍ଟ ନେଉନି । ତେଣୁ ୟୁଜର୍ସ ଯେପରି ସୁରକ୍ଷା ବ୍ୟବସ୍ଥା ଏବଂ ଟେକ୍ନିକାଲ ଅପଡେଟର ଲାଭ ଉଠାଇପାରିବେ ସେନେଇ ଏପରି ପରିବର୍ତ୍ତନ କରାଯାଉଥିବା ହ୍ୱାଟ୍ସଆପ୍ ପକ୍ଷରୁ କୁହାଯାଇଛି ।

ହ୍ୱାଟ୍ସଆପ୍ ଏଫଏକ୍ୟୁର ଅଧିକାରୀ ନୋଟ୍ ଅନୁଯାୟୀ, ବାକି କମ୍ପାନୀଗୁଡିକ ଭଳି ହ୍ୱାଟ୍ସଆପ ବି ସପ୍ଟୱେୟାରକୁ ଅପଡେଡ୍ କରିବାକୁ ଚାହେଁ । ୟୁଜର୍ସଙ୍କୁ ନୂଆ ନୂଆ ସୁବିଧା ଯୋଗାଇଦେବାକୁ ଚାହେଁ । ଯାହାକି ପୁରୁଣା ଟେକ୍ନଲୋଜି ବ୍ୟବହାର କରୁଥିବା ୟୁଜର୍ସଙ୍କ ଫୋନରେ ସପୋର୍ଟ ନେଇନଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି କିଛି ପୁରୁଣା ଆଣ୍ଡ୍ରୋଏଡରେ ହ୍ୱାଟ୍ସଆପକୁ ବନ୍ଦ କରିବାକୁ ଯାଉଛି କମ୍ପାନୀ । ଆସନ୍ତୁ ଜାଣିବା କେଉଁ କେଉଁ ଫୋନରେ କାମ କରିବ ନାହିଁ ହ୍ୱାଟ୍ସଆପ୍ ।

Advertisement

Samsung Galaxy S2
Nexus 7
iPhone 5
iPhone 5c
Archos 53 Platinum
Grand S Flex ZTE
Grand X Quad V987 ZTE
HTC Desire 500
Huawei Ascend D
Huawei Ascend D1
HTC One
Sony Xperia Z
LG Optimus G Pro
Samsung Galaxy Nexus
HTC Sensation
Motorola Droid Razr
Sony Xperia S2
Motorola Xoom
Samsung Galaxy Tab 10.1
Asus Eee Pad Transformer
Acer Iconia Tab A5003
Samsung Galaxy S
HTC Desire HD
LG Optimus 2X
Sony Ericsson Xperia Arc3

ହ୍ୱାଟ୍ସଆପ୍ ୟୁଜର୍ସଙ୍କୁ ଏହି ପରିବର୍ତ୍ତନ ବାବଦରେ ସୂଚିତ କରିବା ସହ ଡିଭାଇଜକୁ ଅପଡେଟ୍ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ୟୁଜର୍ସ ଡିଭାଇଜକୁ ଅପଡେଟ୍ କରିବେ ନାହିଁ ତେବେ ଆସନ୍ତା ୨୪ରୁ ଏହି ଫୋନ ୟୁଜର୍ସମାନେ ହ୍ୱାଟ୍ସଆପ୍ ବ୍ୟବହାର ପାଇଁ ସକ୍ଷମ ହେବେ ନାହିଁ ।

Leave a Reply

Your email address will not be published. Required fields are marked *