Pratidin TV

Odisha's Digital News Platform

ପ୍ରକାଶ ପାଇଲା Bigg Boss-16 ର ପ୍ରିମିୟର ଡେଟ୍ ,ଏହି ଦିନରେ ହେବ ‘ଶୋ’ ଟେଲିକାଷ୍ଟ

1 min read

ନୂଆଦିଲ୍ଲୀ : କଲର୍ସର ଲୋକପ୍ରିୟ ରିଆଲିଟି ଶୋ ବିଗ୍ ବସ୍ ଫ୍ୟାନ୍ସ ମାନଙ୍କ ପାଇଁ ବଡ ଖୁସି ଖବର । ତେବେ ନୂଆ ସିଜିନର ପ୍ରିମିୟର ଡେଟ୍‌କୁ ନେଇ ଦର୍ଶକମାନେ ଖୁବ୍ ଉତ୍ସାହିତ ଅଛନ୍ତି । ଟେଲି ଚକ୍କରଙ୍କ ରିପୋର୍ଟ ଅନୁଯାୟୀ, ବିଗ୍ ବସ୍-୧୬ ଏକ ଟେଣ୍ଟିଟିଭ୍ ରିଲିଜ୍ ତାରିଖ ମିଳିଛି।

ତେବେ ଅକ୍ଟୋବର ୧ରେ ଲଞ୍ଚ ହେବାକୁ ଥିବା ଏହି ଶୋ କୁ ଅକ୍ଟୋବର ୮ରେ ରିଲିଜ୍ କରାଯିବ ବୋଲି ଶୁଣାଯାଉଛି । ଏଥର ଶୋରେ ଆକ୍କା ଥିମ୍ ରହିବ ବୋଲି ଉଡା ଖବର ମିଳୁଛି । ତେବେ ଦେଶର ସବୁଠୁ ବଡ ରିଆଲିଟି ଶୋର ଏହି ଖବର ଟି କେତେଦୂର ସତ ତାହା ଆସନ୍ତା ଦିନମାନଙ୍କରେ ହି ଜଣାପଡିଯିବ । ସଲମାନ ଏଥର ହୋଷ୍ଟିଂ ପାଇଁ ବିପୁଳ ପରିମାଣର ଟଙ୍କା ଡିମାଣ୍ଡ କରିଥିବା ଶୁଣାଯାଉଛି ।

Advertisement

ଅନ୍ୟପଟେ ବିଗ୍ ବସ୍‌କୁ ନେଇ ଆଉ ଏକ ଖବର ମଧ୍ୟ ମିଳିଛି । ବିଗ୍ ବସ୍ OTT କୁ ଅପେକ୍ଷା କରୁଥିବା ପ୍ରଶଂସକମାନଙ୍କୁ ଏଥର ବିଗ୍ବସ୍ ଓଟିଟି ଆସିବ ନାହିଁ ବୋଲି କୁହାଯାଉଇଛି । ଏହା ଚଳିତ ବର୍ଷ ଷ୍ଟ୍ରିମ୍ ହେବ ନାହିଁ ।

ତେବେ ଏହି ରିଆଲିଟି ଶୋ ରେ କେଉଁମାନେ ଅଂଶଗ୍ରହଣ କରିବେ ତାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଉଠୁଛି । ସେଲିବ୍ରେଟିଙ୍କ ମଧ୍ୟରେ ଚାରୁ ଆସୋପା,ରାଜୀବ ସେନ୍‌, ମୁନାଭୱାର ଫାରୁକି, ଜନ୍ନତ ଜୁବିର,ଫୈଜୁ ଶେଖଙ୍କ ନାମ ରେ ସୋସିଆଲ ମିଡିଆରେ ଗୁଜବ ଉଠିଛି ।

Leave a Reply

Your email address will not be published. Required fields are marked *