Pratidin TV

Odisha's Digital News Platform

ଅନୁଭବଙ୍କୁ ମିଳିଲା ଆଶ୍ବସ୍ତି; NBW ଉପରେ ରୋକ ଲଗାଇଲେ ହାଇକୋର୍ଟ ..

1 min read

ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ପାରିବାରିକ ମାମଲାରେ ଅନୁଭବଙ୍କୁ ଏକ ବଡ଼ ଝଟକା ଲାଗିଥିବାବେଳେ ହାଇକୋର୍ଟ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଅନୁଭବଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ୱାରେଣ୍ଟି ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । କଟକ ଜେଏମ୍‌ଏଫସି କୋର୍ଟ ପକ୍ଷରୁ NBW ଜାରି ହୋଇଥିଲା।

ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି କରାଯାଇଥିଲା। ପୁରୀଘାଟ ଥାନାରେ ରୁଜୁ ମାମଲାରେ NBW ଜାରି ହୋଇଥିଲା। ଚାର୍ଜଫ୍ରେମ୍‌ ପାଇଁ ହାଜର ନହୋଇ ବାରମ୍ବାର ସମୟ ମାଗୁଥିଲେ। ଚାର୍ଜଫ୍ରେମ୍‌ ପାଇଁ ହାଜର ନହେବାରୁ NBW ଜାରି କରିଥିଲେ କୋର୍ଟ। ୨୩ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଅନୁଭବ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ। ଏହା ପରେ ହାଇକୋର୍ଟ ଜାମିନ ବିହୀନ ୱାରେଣ୍ଟି ଉପରେ ରୋକ ଲଗାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *