Pratidin TV

Odisha's Digital News Platform

ମନ୍ତ୍ରୀମଣ୍ଡଳରେ ବଡ ପରିବର୍ତ୍ତନ କରିବେ ନବୀନ: ସୂର୍ଯ୍ୟ ପାତ୍ରଙ୍କ ଇସ୍ତଫା ପରେ ବଢିଲା ଚର୍ଚ୍ଚା

1 min read

Odisha, June 25 (ANI): Odisha Chief Minister Naveen Patnaik inaugurating the Product Application and Development Centre, set up by Indian Oil Corporation Ltd (IOCL), via video conferencing, in Paradip on Thursday. (ANI Photo)

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଏକ ବଡ଼ ନିଷ୍ପତି ନେବାକୁ ଯାଉଛନ୍ତି । ରାଜ୍ୟର ସମସ୍ତ ମନ୍ତ୍ରୀ ଇସ୍ତଫା ଦେବେବୋଲି ଜଣାପଡ଼ିଛି । ସବୁ ମନ୍ତ୍ରୀ ଇସ୍ତଫା ଦେବା ପରେ ପୁଣି ମନ୍ତ୍ରୀମଣ୍ଡଳ ଗଠନ କରାଯିବ । ସମ୍ଭବତଃ ଆଜି ମନ୍ତ୍ରୀମାନେ ଇସ୍ତଫା ଦେଲେ ଆସନ୍ତାକାଲି ନୂଆ ଟିମ ଶପଥ ନେବାର ସମ୍ଭାବନା ରହିଛି ।

ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହାର ଝଲକ ଦେଖିବାକୁ ମିଳିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିଜ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ସେ ଉପବାଚସ୍ପତିଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି ବୋଲି ଜାଣିବାକୁ ମିଳିଛି । ସମ୍ଭବତଃ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବାର ଥିବାରୁ ସୂର୍ଯ୍ୟ ପାତ୍ର ଇସ୍ତଫା ଦେଇଛନ୍ତି ।

Advertisement

ଅପରପକ୍ଷରେ କେତେକ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ ମଧ୍ୟ ଫୋନ ଯାଇଥିବା ଜଣାପଡ଼ିଛି । ଏହି ଖବର ଏବେ ପାୱାର କରିଡ଼ରରେ ଜୋରଦାର ଚର୍ଚ୍ଚା ହେଉଛି । ଖୁବଶୀଘ୍ର କେତେକ ମନ୍ତ୍ରୀ ମଧ୍ୟ ଆଜି ଇସ୍ତଫା ଦେବେ । ତେବେ ବାଚସ୍ପତି କାହିଁକି ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ସେ ଶାରୀରିକ ଭାବେ ଅସୁସ୍ଥ ଥିଲେ । ତେବେ ଅସୁସ୍ଥତା ପାଇଁ ନା ଉପରୁ ନିର୍ଦ୍ଧେଶ ପାଇ ଏଭଳି ନିଷ୍ପତି ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ନିକଟରେ ବାଚସ୍ପତିଙ୍କର ଆଖି ଅପରେସନ ହୋଇଥିଲା ।

Leave a Reply

Your email address will not be published. Required fields are marked *