Pratidin TV

Odisha's Digital News Platform

5T ସ୍କୁଲ ନିର୍ମାଣରେ ମହାଘୋଟଲା , ତିନିବର୍ଷ ନପୂରୁଣୁ ଭାଙ୍ଗିଗଲା 5T ସ୍କୁଲ

1 min read

ନୟାଗଡ ; ସ୍ମାର୍ଟ ସ୍କୁଲ ରେ ସ୍ମାର୍ଟ ଦୁର୍ନୀତି,ଖୋଲୁଛି ସ୍ୱଚ୍ଛ ସରକାର ର ଗୁମର, 5T ସ୍କୁଲ ନାଁ ରେ କୋଟି କୋଟି ଟଙ୍କା ଚଳୁ । ଯେତେ ଖୋଲିଲେ ସେତେ ବାହାରୁଛି 5T ନାଁରେ ପୂର୍ଵ ସରକାରଙ୍କ କେଳେଙ୍କାରୀ ଧୀରେ ଧୀରେ ସାମ୍ନାକୁ ଆସୁଛି । ନାରା ଥିଲା କଥା କମ କାମ ବେଶୀ ହେଲେ ବାସ୍ତବ ଚିତ୍ରହିଁ ବଖାଣୁଛି ଦୁର୍ନୀତି ବେଶୀ କାମ କମ । ଏ କଥା ଆମେ କହୁନାହୁଁ 5T ଅନ୍ତର୍ଗତ ସ୍ମାର୍ଟ ସ୍କୁଲର ବିକଳ ଚିତ୍ର ଦେଖିଲେ ଆପଣ ଜାଣିପାରିବେ କେତେ ସ୍ୱଚ୍ଛତାର ସହ 5T ଅଧୀନରେ ହୋଇଥିଲା କାମ । ତିନି ବର୍ଷ ନପୂରୁଣୁ ଭାଙ୍ଗିଗଲାଣି 5T ସ୍କୁଲ,ସ୍କୁଲ ନିର୍ମାଣରେ ଦୁର୍ନୀତିକୁ ବଖାଣିଲେ ସ୍ଥାନୀୟ ଲୋକେ ।

ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକର ଡମସାହି ରେ ରହିଛି ଉଚ୍ଚକଂକ୍ଷୀ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ । ୨୦୨୧ନଭେମ୍ବରରେ ଏହି ସ୍କୁଲଟିକୁ 5T ରେ ରୂପାନ୍ତରିତ କରାଯାଇଥିଲା । କିନ୍ତୁ ନିର୍ମାଣର ତିନି ବର୍ଷ ନପୂରୁଣୁ ସ୍କୁଲର ସ୍ଥିତି ବେହାଲ । ଦେଖୁନାହାନ୍ତି କିପରି ହାତମାରିଲେ କାନ୍ଥରୁ ଛାଡ଼ୁଛି ପଲସ୍ତରା ତ ଆଉ କେଉଁଠି ଛାତ ଫାଟି ଆଁ କଲାଣି ଖାଲି ସେତିକି ନୁହେଁ କେଉଁଠି ଅଧାପନ୍ତରିଆ ଭାବେ ପଡ଼ିରହିଛି ନିର୍ମାଣ ଧୀନ କୋଠା ତ ଆଉ କେଉଁଠି ନିର୍ମାଣ ହୋଇଥିବା ଚୌକି ଭାଙ୍ଗି ଗଲାଣି ଓ ଝରକାରୁ ଟାଇଲ ଖସିଗଲାଣି । ଆଉ ଏପଟେ ପିଲାଙ୍କ ପାଇଁ ନାହଁ ସ୍ମାର୍ଟ ଟଏଲେଟ ବ୍ୟବସ୍ଥା ।

Advertisement

ପୁରୁଣା କାନ୍ଥରେ ରଙ୍ଗ ମାରି ଠିକାଦାର ଲୁଟି ନେଇଛି ଲକ୍ଷାଧିକଟଙ୍କା । ବାରମ୍ବାର ଅଭିଯୋଗ ପରେ ମଧ୍ୟ୍ୟ ହେଉନାହିଁ ସମାଧାନ,ସେପଟେ କ୍ୟାମେରା ସାମ୍ନାରେ ରଣପୁର ବ୍ଲକ bdo ସୁଧୀର ନାୟକ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ତଦନ୍ତ କରାଯିବ ବୋଲି କହିଛନ୍ତି । ତେବେ ସରକାର ପରିବର୍ତନ ପରେ ବଦଳୁଛି ବ୍ୟବସ୍ଥା, ଅପେକ୍ଷା ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବା ବିଜେପି ସରକାର ଏହି 5T ସ୍କୁଲ ନିର୍ମାଣରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ।

Leave a Reply

Your email address will not be published. Required fields are marked *