Pratidin TV

Odisha's Digital News Platform

କୋମନା ପୋଲିସକୁ ବଡ଼ ସଫଳତା ; ଗ୍ୟାସ ଚୋରି ବେଳେ ଧରା ପଡିଲେ ଅଭିଯୁକ୍ତ ……….

ନୂଆପଡ଼ା ; ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ୱର୍(ଉଦ୍ୟାନବନ୍ଧ)ଅଞ୍ଚଳରେ ରାତ୍ରି ସମୟରେ ପୋଲିସ ପେଟ୍ରୋଲିଙ୍ଗ କରୁଥବା ଉଦ୍ୟାନବନ୍ଧର ଏକ ଢ଼ାବା ଠାରେ ଚୋରା ଗ୍ୟାସ୍ ଚାଲାଣ ବେଳେ କୋମନା ପୋଲିସ ହାତରେ ଧରା ପଡିଲେ ଚୋର ।

ସୂଚନା ଅନୁସାରେ ଏହି ଗ୍ୟାସ ଚୋରି ବିଶାଖାପାଟଣା ରୁ ରାୟପୁର କୁ ଗ୍ୟାସ ଟ୍ୟାଙ୍କ ଯାଉଥିବା ଗାଡ଼ି ରୁ ଢ଼ାବା ଠାରେ ଛୋଟ ଛୋଟ ସିଲିଣ୍ଡର ରେ ଗ୍ୟାସ ଭର୍ତି କରି ଖୋଲା ବଜାର ରେ ବିକ୍ରି କରିଥିଲେ ଚୋର । ଡ୍ରାଇଭର ଓ ଏଠିକାର ଲୋକ ଙ୍କ ସହ ମିଳି ମିଶି ଗ୍ୟାସ ଚୋରି କରିଥିଲେ ।

କୌଣସି ସୂତ୍ରରୁ ପୋଲିସ ଆଗରୁ ଖବର ପାଇଥିଲା ହେଲେ କୌଣସି ସୁରାକ ପାଉନଥିଲା । ଅନ୍ୟପଟେ ନୂତନ ଭାବରେ ଆସିଥିବା କୋମନା ଥାନା ଅଧିକାରୀ ସୁମନ୍ତ କୁମାର ନାଏକଙ୍କ ନେତୃତ୍ଵ ରେ ଗ୍ୟାସ ଚୋରକୁ ଧରିବା ରେ ବଡ ସଫଳତା ହାସଲ କରିଛି । ଏହି ଚୋରି ପଛ ରେ ଏଠିକାର ସ୍ଥାନୀୟ ପୂର୍ବତନ ସରପଞ୍ଚ ,ଗ୍ୟାସ ଟ୍ୟାଙ୍କ ଗାଡ଼ି ଡ୍ରାଇଭର ଓ ଅନ୍ୟାନ୍ୟ ଲୋକ ଙ୍କ ସହ ମିଶି ଚୋରି କରି କୋଟି କୋଟି ଟଙ୍କା ର କାରବାର ଚାଲିଥିଲା ।ଯାହାର ପର୍ଦାଫାଶ ଆଜି ପୋଲିସ କରିଛି ।

Leave a Reply

Your email address will not be published. Required fields are marked *