Pratidin TV

Odisha's Digital News Platform

ଆସିଲା ବଡ ଅପଡେଟ୍ ; ଲ୍ୟାଣ୍ଡ ଫଲ୍ ପରେ ରିକର୍ଭ କରିପାରେ ଦାନା …

1 min read

ବାତ୍ୟକୁ ନେଇ ବଡ ଅପଡେଟ୍ । ଲ୍ୟାଣ୍ଡଫଲ୍ ପରେ ରିକର୍ଭ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡିଶା ମୁହାଁଇ ପାରେ ଦାନା । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବା ପରେ ସାମାନ୍ୟ ରିକର୍ଭ କରିବ । ଏହା ପ୍ରଭାବରେ ବର୍ଷା ପରିମାଣ ବି ବୃଦ୍ଧି ପାଇବ ।

ମନୋରମା ଆହୁରି କହିଛନ୍ତି ଯେ ବାତ୍ୟାର ଗତିପଥ ଯାହା ଥିଲା, ତାହା ରହିଛି। ବାତ୍ୟା ‘ଦାନା’ ଅତି ଭୀଷଣ ରୂପ ନେଇ ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିଆ ଓ ଧାମରା ପାଖାପାଖି ଅତିକ୍ରମ କରିବ । ଲ୍ୟାଣ୍ଡଫଲ୍ ପରେ ଏହା ସାମାନ୍ୟ ପଶ୍ଚିମ ପଶ୍ଚିମ ଦକ୍ଷିଣ ଦିଗକୁ ରିକର୍ଭ କରିପାରେ ବୋଲି ଅନୁମାନ କରାଯାଉଛି ।

Advertisement

Leave a Reply

Your email address will not be published. Required fields are marked *