Pratidin TV

Odisha's Digital News Platform

ଓଡ଼ିଶାରେ ବିଜେପିର ବିପୁଳ ବିଜୟ , ଶୁଭେଚ୍ଛା ଜଣାଇଲା ବିଜେଡ଼ି ..

1 min read

ବଦଳିଗଲା ଓଡ଼ିଶାର ଇତିହାସ । ବଦଳିଯାଇଛି ରାଜନୈତିକ ସମୀକରଣ । ରାଜ୍ୟର ୧୪୭ଟି ବିଧାନସଭା ଆସନରେ କିଏ ବାଜିମାତ୍ କରିବ ତାହାକୁ ନେଇ ରାଜ୍ୟବାସୀଙ୍କ ମନରେ ପ୍ରଶ୍ନ ଥିଲା । ସାରା ଓଡିଶାବାସୀଙ୍କ ଆଶା ଥିଲା ପୁଣିଥରେ ନବୀନ ସରକାର ଗଢି ରେକର୍ଡ ସୃଷ୍ଟିକରିବେ । ହେଲେ ନିର୍ବାଚନର ଫଳାଫଳ ସତେ ଯେମିତି ସବୁକିଛି ବଦଳାଇ ଯାଇଛି । ୨୫ବର୍ଷ ପରେ ଓଡ଼ିଶାରେ ଭୁଶୁଡିଛି ନବୀନ ଦୁର୍ଗ। ପ୍ରଥମ ଥର ପାଇଁ ରାଜନୀତିରେ ପରାଜୟର ସାମ୍ନା କରିଛନ୍ତି ନବୀନ ପଟ୍ଟନାୟକ।

ଏଥିସହ ସେ ପାଲଟି ଯାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ। ବର୍ତମାନ ବଡ଼ ମାର୍ଜିନରେ ବିଜୟ ହାସଲ କରିଛି ବିଜେପି । ତେବେ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ବିଜେପି କୁ ଶୁଭେଚ୍ଛା ଜଣାଇଛି ବିଜେପି । ବିଜେଡି ଏକ ପ୍ରେସ ବିଜ୍ଞପ୍ତି କରି ବିଜେଡିର ମୁଖପାତ୍ର ଅସ୍ମିତ ପତ୍ର ସାଢେ ଚାରିକୋଟି ଓଡ଼ିଆଙ୍କୁ ଧନ୍ୟବାଦ ଦେଇଛନ୍ତି । ଲୋକସଭା ନିର୍ବାଚନରେ ୫୧ ବିଧାନସଭା ସିଟ୍ ବିଜେଡି କୁ ଜୟଯୁକ୍ତ କରିଥିବାରୁ ଓଡିଶା ବାସୀଙ୍କୁ ଧନ୍ୟବାଦ ।ଏହା ସହିତ ବିଜେପି କୁ ମଧ୍ୟ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *