Pratidin TV

Odisha's Digital News Platform

ମଝି ସମୁଦ୍ରରେ ନୌସେନାର ବଡ ରେଡ୍ , ଜବତ ହେଲା ୩୦୦୦ କିଲୋଗ୍ରାମରୁ ଅଧିକ ଡ୍ରଗ୍ସ …

1 min read

ଭାରତୀୟ ନୌସେନାକୁ ମିଳିଲା ବଡ ସଫଳତା । ସମୁଦ୍ର ଭିତରୁ ୩୩୦୦ କୋଟିର ଡ୍ରଗ୍ସ ଜବତ କରିଛି ଭାରତୀୟ ନୌସେନା । ନିକଟ ଅତୀତରେ ପରିମାଣ ଦୃଷ୍ଟିରୁ ଏହି ଜବତ୍ ହେଉଛି ସବୁଠାରୁ ବଡ଼ ଆକ୍ସନ । ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ର ମିଳିତ ଅପରେସନରେ ଗୁଜୁରାଟ ଉପକୂଳରୁ ଏକ ସନ୍ଦିଗ୍ଧ ଜାହାଜକୁ ଜବତ କରିଛି । ସେହି ଜବତ ହୋଇଥିବା ଜାହାଜରୁ ମିଳିଛି ପୁଳାପୁଳା ନିଶାଦ୍ରବ୍ୟ । ଜବତ ନିଶାଦ୍ରବ୍ୟର ପରିମାଣ ୩,୩୦୦ କେଜି ହୋଇଥିବା ବେଳେ ଏହାର ଆନ୍ତର୍ଜାତୀୟ ମୂଲ୍ୟ ୨ ହଜାର କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି । ସମଗ୍ର ଭାରତରେ ଏକକାଳୀନ ଏତେ ପରିମାଣର ନିଶାଦ୍ରବ୍ୟ ମିଳିବାର ଏହା ପ୍ରଥମ ଘଟଣା ବୋଲି ଜଣାଯାଇଛି ।

ସୂଚନା ଅନୁଯାୟୀ, ଜବତ ହୋଇଥିବା ଡ୍ରଗ୍ସରେ ୩୦୮୯ କିଲୋଗ୍ରାମ ଚରସ, ୧୫୮ କିଲୋଗ୍ରାମ ମିଥାମଫେଟାମାଇନ୍ ଓ ୨୫ କିଲୋଗ୍ରାମ ମର୍ଫାଇନ୍ ଅନ୍ତର୍ଭୁକ୍ତ । ରିପୋର୍ଟ ହୋଇଛି ଯେ ସିସିଟିଭି ମିଶନରେ ନିୟୋଜିତ P8I LRMR ବିମାନର ଇନପୁଟ୍ ଉପରେ ଆଧାର କରି IN ମିଶନରେ ନିୟୋଜିତ ଜାହାଜ ଚୋରା କାରବାରରେ ସମ୍ପୃକ୍ତ ଏହି ସନ୍ଦିଗ୍ଧ ଜାହାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏନସିବି ଏବଂ ଭାରତୀୟ ନୌସେନାର ଅଧିକାରୀ କହିଛନ୍ତି ଯେ ଜବତ୍ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ନିଆଯାଇଥିବା ଏହା ହେଉଛି ସବୁଠାରୁ ବଡ ଆକ୍ସନ ।

Advertisement

ଡ୍ରଗ୍ସ କାରବାର ବିରୋଧରେ ଏହା ଭାରତର ଦୃଢ଼ ଆଭିମୁଖ୍ୟକୁ ପ୍ରତିଫଳିତ କରିଛି । ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ପାକିସ୍ତାନର ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଡ୍ରଗ୍ସ କାରବାର ପଛରେ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଉଛି ।ଏହି ଘଟଣାରେ ଗିରଫ ହୋଇଥିବା ବିଦେଶୀମାନେ ପାକିସ୍ତାନର ବୋଲି କୁହାଯାଉଛି ।ଭାରତୀୟ ନୌସେନା ଓ ଏନସିବି ପକ୍ଷରୁ କୁହାଯାଉଛି କି ଜାହାଜଟି ଇରାନରୁ ଆସିଥିବା ଜଣାପଡିଛି, ହେଲେ ଗିରଫ ହୋଇଥିବା ୫ ଜଣଙ୍କ ନିକଟରୁ କୌଣସି ଦେଶର ନାଗରିକତା ପ୍ରମାଣପତ୍ର ମିଳିନଥିବା କାରଣରୁ ଏମାନେ କେଉଁଠିକାର ଜଣାପଡିନାହିଁ । ଏନସିବି କହିଛି ଯେ ଭାରତରେ ଡ୍ରଗ୍ସ କାରବାର ନେଇ ଅନ୍ତରାଷ୍ଟ୍ରୀୟ ବଡ଼ ଗ୍ୟାଙ୍ଗ କାମ କରୁଥିବା ବେଳେ ଏମାନେ ତାହାର ଅଂଶ ବୋଲି ସନ୍ଦେହ କରାଯାଉଛି । ତେବେ ଏପରି ଏକ ବଡ ରେଡ୍ ପରେ ତଦନ୍ତକାରୀ ଟିମ୍ କୁ ଶୁଭେଚ୍ଛା ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ୍ ସାହା । କାରବାର ବିରୋଧରେ ଏହା ଭାରତର ଦୃଢ଼ ଆଭିମୁଖ୍ୟକୁ ପ୍ରତିଫଳିତ କରିଛି ।

Leave a Reply

Your email address will not be published. Required fields are marked *