Pratidin TV

Odisha's Digital News Platform

ଫଟୋ ଅପଲୋଡ଼ ପାଇଁ ଘରୁ ଉଠାଇ ନେଇ ଛେଚି ଛେପ ଚଟାଇଲେ….

1 min read

ଧୀରେ ଧୀରେ ଦେଶ ଅଗ୍ରଗତି କରୁଥିବା ବେଳେ ମଣିଷର ମାନବିକତା କମି କମି ଯାଉଛି | ହଜିଯାଉଛି ମଣିଷପଣିଆ | ମାନବିକତାକୁ ଲଜ୍ଜା ଦେଉଥିବା ଏହି ଘଟଣା ବିହାରର ସମସ୍ତିପୁରରେ ଘଟିଛି | ଘରୁ ଉଠାଇ ନେଇ ନିଷ୍ଠୁର ଭାବରେ ଛେଚିଛନ୍ତି ଅଭିଯୁକ୍ତମାନେ | ଠେଙ୍ଗାରେ ପିଟିବା ସହ ଛେପ ଚଟାଇଲେ | ଏପରି କିଛି ଦୟନୀୟ ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି |

ତେବେ ସୂଚନା ମୁତାବିକ ସମସ୍ତିପୁର ଅଞ୍ଚଳ ଗାଁରେ ଜଣେ ଯୁବକଙ୍କ ସହ ୨ ଦୁର୍ବୃତ୍ତ ତାଙ୍କୁ ଘରୁ ଉଠାଇ ଆଣି ମାଡ ମାରିଥିଲେ | କେବଳ ଲାତ ଗୋଇଠା ନୁହେଁ ଲାଠିରେ ମଧ୍ୟ ମାରିଥିଲେ | ସେତିକିରେ ମନ ପୁରିନଥିଲା | ଛେପ ମଧ୍ୟ ଚଟାଇଥିଲେ | ବୁଧବାର ସକାଳେ ଏହାର ଭିଡ଼ିଓ ଭାଇରାଲ ହେବା ପରେ ବିଲମ୍ବିଦ ରାତିରେ ଆକ୍ସନ ମୋଡ଼ରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ କରିଥିଲା ଗିରଫ | ଆଉ ଜଣେ ଅଭିଜ୍ଙ୍କୁତ ହୋଇଯାଇଛି ଫେରାର | ୨ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ବୁଧବାର ଏହାର ଭିଡିଓ ସାମ୍ନାକୁ ଆସିଥିଲା।

Advertisement

ତେବେ ଯୁବକକୁ ମାଡ଼ ମରିବାର କାରଣ ଯେ ସେ ଜଣେ ଯୁବତୀଙ୍କ ଫଟୋକୁ ସୋଶାଲ ମିଡିଆରେ ଅପଲୋଡ କରିଥିଲେ। ଏହାକୁ ନେଇ ଦୁଇ ଯୁବକ ତାଙ୍କୁ ମାଡ ମାରିଛନ୍ତି। ସେପଟେ ପୀଡିତଙ୍କ ମା’ ଏହାକୁ ଖଣ୍ଡନ କରିଛନ୍ତି। ତାଙ୍କ ପୁଅ‍ କୌଣସି ଦୋଷ କିମ୍ବା ଭୁଲ୍‌ କରିନଥିବା ସେ କହିଛନ୍ତି। ଏହାକୁ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *