Pratidin TV

Odisha's Digital News Platform

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜୀବନ ପ୍ରତି ବିପଦ; ସିଏମ୍‌ ଅଫିସ୍‌କୁ ବୋମାରେ ଉଡ଼ାଇ ଦେବାକୁ ଧମକ

1 min read

ନୀତୀଶ କୁମାରଙ୍କ ଜୀବନ ପ୍ରତି ବିପଦ | ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟାଳୟକୁ ମଧ୍ୟ ବୋମାରେ ଉଡ଼ାଇ ଦେବାକୁ ଦିଆଗଲା ଧମକ । ଖବର ଅନୁଯାୟୀ, ଅଲ୍ କାଏଦା ନାମକ ଜଣେ ୟୁଜରଙ୍କ ଆଇଡିରୁ ଏକ ଇମେଲ ପଠାଇ ଏହି ଧମକ ଦିଆଯାଇଛି। ବିହାର ପୋଲିସ ଏ ବାବଦରେ ଏଫ୍ଆଇଆର୍ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ପାଟନାରେ ସିଏମ୍‌ ଅଫିସ୍‌କୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି। ଏହାକୁ ନେଇ ଚାରିଆଡେ ହଇଚଇ ସୃଷ୍ଟି ହୋଇଯାଇଛି | ତେବେ ଇମେଲ୍‌ ଜରିଆରେ ଏହି ଧମକ ମିଳିଛି। ଆତଙ୍କବାଦୀ ସଙ୍ଗଠନ ଅଲ୍‌କାଏଦା ନାମକ ଜଣେ ୟୁଜରଙ୍କ ଆଇଡିରୁ ଏକ ଇମେଲ ପଠାଇ ଏହି ଧମକ ଦିଆଯାଇଛି। ଏହାପରେ ବିହାର ପୁଲିସ ଏନେଇ ଏକ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ତେବେ, ଦୁଷ୍କର୍ମକାରୀମାନେ ID achw700@gmail.com ରୁ ମେଲ ପଠାଇଥିଲେ। ସମ୍ପୃକ୍ତ ମେଲ ଆଇଡିର ସବିଶେଷ ତଥ୍ୟ ପୋଲିସ ତଦନ୍ତ କରୁଛି। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବିଏନ୍‌ଏସ୍ BNS ୨୦୨୩ର ଧାରା ୩୫୧ (୪), (୩) ଏବଂ ଆଇଟି ଆକ୍ଟର ୬୬(ଏଫ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏହି ଧମକ ପରେ ପୋଲିସ ବିଭାଗରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୋଲିସ ମାମଲାର ପ୍ରତ୍ୟେକ ବିନ୍ଦୁ ଅନୁସନ୍ଧାନ କରୁଛି।

Leave a Reply

Your email address will not be published. Required fields are marked *