Pratidin TV

Odisha's Digital News Platform

ବଜେଟ୍ ନେଇ ଖୁସି ହୋଇଗଲେ ନୀତିଶ କୁମାର , ଜାଣନ୍ତୁ କ’ଣ କହିଲେ ମୁଖ୍ୟମନ୍ତ୍ରୀ ..

1 min read

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ମଙ୍ଗଳବାର ଜୁଲାଇ ୨୩ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଘୋଷଣା କରିଛନ୍ତି। ଏଥିରେ ସଡକ ଭିତ୍ତିଭୂମି ଠାରୁ ମହିଳା ଏବଂ କୃଷକ ପାଇଁ ବଡ଼ ଘୋଷଣା କରାଯାଇଛି। ଏହି ସମୟରେ ;ବଜେଟ କୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି ବିହାର ର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ସେ କହିଛନ୍ତି, ବଜେଟରେ ଆମେ ଖୁସି। ଆମେ ସ୍ବତନ୍ତ୍ର ମାନ୍ୟତା ପାଇଁ ଆନ୍ଦୋଳନ କରୁଥିଲୁ । ଯେଉଁମାନେ ଆଜି କଥା ହେଉଛନ୍ତି, ଯେତେବେଳେ ସେମାନଙ୍କର ପାର୍ଟୀ କେନ୍ଦ୍ରରେ ଥିଲା ସେତେବେଳେ ସେମାନେ କ’ଣ କରିଥିଲେ? ଆମେ ଏଥିପାଇଁ କ୍ରମାଗତ ଭାବରେ କହୁଛୁ। ଆମେ କହିଲୁ ଏକ ସ୍ବତନ୍ତ୍ର ରାଜ୍ୟ, ସ୍ବତନ୍ତ୍ର ମାନ୍ୟତା କିମ୍ବା ସ୍ବତନ୍ତ୍ର ଅଧିକାର ପାଇଁ ସାହାଯ୍ୟ କରନ୍ତୁ। ଆମେ କହିଥିଲୁ ଯେ ବିହାରକୁ ସାହାଯ୍ୟ କରନ୍ତୁ ଏବଂ ଏଥିରେ ସାହାଯ୍ୟ କରିବାକୁ ଅନେକ ଜିନିଷ ଘୋଷଣା କରାଯାଇଛି। ସେ କହିଛନ୍ତି ଯଦି ବିହାର କୁ ସ୍ୱତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ବନ୍ଦ କରାଯାଇଛି ତାହେଲେ ବିକାଶ ପାଇଁ ଏକ ସାହାଯ୍ୟ କରିବା ଦରକାର , ବର୍ତ୍ତମାନ ତାହା ମଧ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *