Pratidin TV

Odisha's Digital News Platform

‘ମରିଯିବି ପଛେ , ବିଜେପିରେ ମିଶିବି ନାହିଁ ‘– ମୁଖ୍ୟମନ୍ତ୍ରୀ ନୀତିଶ କୁମାର

1 min read

ବିହାର : ନିକଟରେ ନୀତିଶ କୁମାରଙ୍କୁ ନେଇ ଉଠୁଥିବା ଗୁଜବର ମୁଁହ ଭଙ୍ଗା ଜବାବ ଦେଇଛନ୍ତି ମରିଯିବି ପଛେ ମେଂଟ କରିବି ନାହିଁ । ବିଜେପିକୁ କେବେ ଯିବି ନାହିଁ । ଏମିତି କହିଛନ୍ତି ନୀତୀଶ କୁମାର । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁନର୍ବାର ବିଜେପି ସହ ମେଂଟ କରିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି, ମରିଯିବି ପଛେ ଭାଜପାକୁ ଯିବି ନାହିଁ ।

Advertisement

ସୋମବାର ନୀତୀଶ ପାଟନାର ଗାନ୍ଧୀ ଘାଟରେ ପହଂଚି ଦେଶର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କ ସହ ବିହାର ସରକାରୀ ମନ୍ତ୍ରୀ ତଥା ରାଜ୍ୟପାଳ ଫଗୁ ଚୌହାନ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ବିଜେପିରେ ଯୋଗଦେବା ପ୍ରଶ୍ନର ଜବାବରେ ନୀତୀଶ କହିଛନ୍ତି, ଲୋକମାନେ ଯାହା ଚର୍ଚ୍ଚା କରୁଛନ୍ତି କରନ୍ତୁ, ମୁଁ କୌଣସି ପରିସ୍ଥିତିରେ ଏହାକୁ ଗ୍ରହଣ କରିବି ନାହିଁ । ମୁଁ ମରିବାକୁ ଗ୍ରହଣ କରିବି, କିନ୍ତୁ ସେମାନଙ୍କ ସହିତ ମେଂଟକୁ କେବେ ଗ୍ରହଣ କରିପାରିବି ନାହିଁ । ଏସବୁ ପ୍ରହସନ କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ପାରୁପର୍ଯ୍ୟନ୍ତ ଉଦ୍ୟମ କଲା । ମୋ ସହିତ ମେଂଟ କରିବାକୁ ତେଜସ୍ୱୀ ଓ ତାଙ୍କ ବାପାଙ୍କ ବିରୋଧରେ ମାମଲା କଲା । ଏବେ ବିଜେପି ପୁଣି ସେ ଦୁଇଜଣଙ୍କ ସହିତ ଲାଗିଛି । ଏପ୍ରକାରର ଲୋକମାନେ ଏଭଳି କାମ କରନ୍ତି । ବିହାର ଲୋକସଭାର ୪୦ଟି ଆସନରୁ ୩୬ଟି ଆସନ ଜିଣିବ ବୋଲି ‘ବିଜେପି’ କରୁଥିବା ଦାବିକୁ ବିଦ୍ରୂପ କରି ସେ କହିଛନ୍ତି ଯେ, ମେଂଟ ଯୋଗୁଁ ବିଜେପି ତାଙ୍କ ସମର୍ଥକମାନଙ୍କ ଭୋଟ୍ ପାଉଥିଲା । କିନ୍ତୁ, ଏଥର ମେଂଟ ହେବନାହିଁ । ନୀତୀଶ ବିହାରରେ ବିଜେପି ସହ ମେଂଟ ଭାଙ୍ଗିବା ପରେ ଆରଜେଡି ସହ ମେଂଟ କରି ରାଜ୍ୟରେ ସରକାର ଗଢିଥିଲେ । ଏବେ ଚର୍ଚ୍ଚା ହେଉଛି ନୀତୀଶ ପୁଣି ବିଜେପି ସହ ମେଂଟ କରି ଆଗାମୀ ନିର୍ବାଚନ ଲଢିବେ ।

Leave a Reply

Your email address will not be published. Required fields are marked *