Pratidin TV

Odisha's Digital News Platform

ଉମାନଥ ଗଙ୍ଗା ଘାଟରେ ଡଙ୍ଗା ବୁଡି ୬ ଶ୍ରଦ୍ଧାଳୁ ନିଖୋଜ

1 min read

ବିହାରରେ ବନ୍ୟା ସମୟରେ ଗଙ୍ଗା ଦଶହେରା ଦିନ ଗଙ୍ଗା ନଦୀରେ ଏକ ବଡ ଦୁର୍ଘଟଣା ଘଟିଛି | ବିହାର ପାଟଣା ବନ୍ୟା ପ୍ରଭାବିତ ଅଞ୍ଚଳରେ ଉମାନାଥ ଘାଟରେ ୧୭ ଜଣଙ୍କୁ ନେଇ ଯାଉଥିଲା ଡଙ୍ଗା | ଡଙ୍ଗାରେ ଥିବା ଲୋକମାନେ ଗାଧୋଇବାକୁ ଯାଇଥିଲେ କିନ୍ତୁ ବନ୍ୟା ପ୍ରଭାବ ଯୋଗୁଁ ଫସି ଯାଇଥିଲେ ଏବଂ ଦୁର୍ଘଟଣାର ଶିକାର ହୋଇଥିଲେ | ତେବେ ୧୭ ଜଣ ଲୋକ ଥିଲେ, ୧୧ ଭକ୍ତଙ୍କୁ ଉଦ୍ଧର କରାଯାଇଥିବା ବେଳେ ୬ ଜଣ ଭକ୍ତ ନିଖୋଜ ଅଛନ୍ତି |

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପ୍ରଶାସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ନିଖୋଜ ଲୋକଙ୍କୁ ଖୋଜୁଛି। ନିଖୋଜ ଲୋକଙ୍କୁ ଶୀଘ୍ର ମିଳିବ ବୋଲି ଆଶା କରାଯାଉଛି | କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ କୌଣସି ପତ୍ତା ମିଳିପାରି ନାହିଁ। ପ୍ରଶାସନ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ବିବୃତ୍ତି ଦେଇନାହାନ୍ତି ।

Advertisement

Leave a Reply

Your email address will not be published. Required fields are marked *