Pratidin TV

Odisha's Digital News Platform

ବାଲି ମାଫିଆଙ୍କ ଟ୍ରାକ୍ଟର ଚକାତଳେ ଚାଲିଗଲା ସବ୍ ଇନସପେକ୍ଟରଙ୍କ ଜୀବନ…

1 min read

ବାଲି ମାଫିଆଙ୍କ ଟ୍ରାକ୍ଟର ଚକାତଳେ ଚାଲିଗଲା ଜଣେ ସବ୍ ଇନସପେକ୍ଟରଙ୍କ ଜୀବନ । ସୋମବାର ବିହାରର ଜାମୁଇ ଜିଲ୍ଲାରେ ବେଆଇନ ଭାବେ ଖଣି ଖନନ କରି ମାଫିଆମାନେ ଉକ୍ତ ଟ୍ରାକ୍ଟରରେ ବାଲି ଚୋରା ଚାଲାଣ କରୁଥିଲେ । ଏହି ସମୟରେ ସବ୍‌-ଇନ୍ସପେକ୍ଟର ପ୍ରଭାତ ରଂଜନ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରୁଥିବା ସମୟରେ ଏପରି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାସ୍ଥଳରୁ ଆହାତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ତେବେ ମୃତ ପୋଲିସ ଅଧିକାରୀ ଜଣକ ହେଉଛନ୍ତି ୨୮ ବର୍ଷୀୟ ସବ୍‌-ଇନ୍ସପେକ୍ଟରପ୍ରଭାତ ରଂଜନ । ସେହିପରି ରାଜେଶ କୁମାର ସାଓ ନାମରେ ଜଣେ ହୋମଗାର୍ଡ ଯବାନ ମଧ୍ୟ ଉକ୍ତ ଟ୍ରାର୍କ୍ଟ ଧକ୍କାରେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।

ସେପଟେ ଉକ୍ତ ଟ୍ରାକ୍ଟରକୁ ଜବତ କରାଯିବା ସହ ଟ୍ରାକ୍ଟର ଚାଳକଙ୍କ ସହିତ ଥିବା ଜଣେ ବ୍ୟକ୍ତିଙ୍କୁ ବି ଗିରଫ କରାଯାଇଛି ବୋଲି ସୂଚନା ରହିଛି । ତେବେ ସବ୍‌-ଇନ୍ସପେକ୍ଟର ପ୍ରଭାତ ରଂଜନ ଥିଲେ ୨୦୧୮ ବ୍ୟାଚ୍ର ଏସ୍‌. ଆଇ. । ଜାମୁଇ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି, ରଞ୍ଜନ ସହକାରୀ ‘ଏସଏଚଓ’ ଭାବେ କାର୍ଯ୍ୟ କରୁଥିବା ଗଢ଼ି ଥାନାଠାରୁ ପ୍ରାୟ ୫ କିଲୋମିର୍ଟ ଦୂର ଚନ୍ଦନୱାରା ଅଞ୍ଚଳରେ ବେଆଇନ ବାଲୁକା ଖନନ ହେଉଥିବା ବିଷୟରେ ପୁଲିସ ଗୁପ୍ତ ସୂଚନା ପାଇଥିଲା । ସେଠାକୁ ଯାଇ ଯାନବାହନ ଯାଞ୍ଚ କରିବା ବେଳେ ରଞ୍ଜନ ଓ ସାଓ ଉକ୍ତ ବାଲି ଟ୍ରାକ୍ଟରକୁ ଦେଖିଥିଲେ । ଏବଂ ସେମାନେ ଉକ୍ତ ଟ୍ରାକ୍ଟର୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ, ଟ୍ରାକ୍ଟର ଚାଳକ ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *