Pratidin TV

Odisha's Digital News Platform

ବୋହୂ ସହ ଚକି ପେଷୁଛନ୍ତି ରାବ୍ରିଦେବୀ , ଭାଇରଲ ହେଲା ଭିଡିଓ ..

1 min read

ଏବେ ବୋହୁ ସହ ଚକି ପେସୁଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରା଼ବ୍ରିଦେବୀ । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ବିହାରରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଦଳ ଏବଂ ବିରୋଧୀ ଦଳର ନେତାମାନେ ନିର୍ବାଚନ ବୈଠକ କରି ସେମାନଙ୍କ ସପକ୍ଷରେ ସର୍ବସାଧାରଣ ଭୋଟ ପାଇବାକୁ ଚେଷ୍ଟା କରୁଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦଙ୍କର ଦୁଇ ଝିଅ ଏବଂ ଏକ ପୁତୁରା ଏଥିରେ ଅଛନ୍ତି ।

ଏଭଳି ସମୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଲାଲୁଙ୍କ ପରିବାର ସହ ଜଡିତ ଏବଂ ଏହାକୁ ଲାଲୁଙ୍କ ସାନ ପୁଅ ତଥା ବିରୋଧୀଦଳ ନେତା ତେଜସ୍ୱୀ ଯାଦବ ଶେୟାର କରିଛନ୍ତି । ଏହି ଭିଡିଓରେ ତେଜସ୍ୱୀ ଯାଦବଙ୍କ ମା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ପତ୍ନୀ ରାଜଶ୍ରୀ ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପରେ ତେଜସ୍ୱୀ ଯାଦବ ଲେଖିଛନ୍ତି – ମା ଏବଂ ସ୍ତ୍ରୀ ଏକାଠି ଘର କାମ କରୁଛନ୍ତି । ଏଥିରେ ସାନ ବୋହୂ ରାଜଶ୍ରୀ ତାଙ୍କ ଶାଶୁ ରାବ୍ରି ଦେବୀଙ୍କ ସହିତ ଚକି ପେସୁଛନ୍ତି । ଉଭୟ ଏଥିରେ ଶସ୍ୟ ପେସୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *