୩୫ ଟଙ୍କା ପାଇଁ ସ୍କୁଲରେ ମହାଭାରତ କଲେ ଶିକ୍ଷୟତ୍ରୀ
1 min readବିହାରରେ ଶିକ୍ଷା ବିଭାଗ ଏମିତିରେ ମଧ୍ୟ ସଦାବେଳେ ଚର୍ଚ୍ଚାରେ ଥାଏ | ଗୋଟିଏ ଚର୍ଚ୍ଚା ସରୁ ସରୁ ଅନ୍ୟ ଏକ ଚର୍ଚ୍ଚା ରେଡି ହୋଇଥାଏ | ପୁଣି ଏକ ବିହାରରେ ଚର୍ଚ୍ଚାରେ ଆସିଛି ଶିକ୍ଷା ବିଭାଗ | ଯାହା ଶୁଣିଲେ ଚକିତ ହେବେ | ଘଟଣାଟି ହେଲା ବିହାର ଜଣେ ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀଙ୍କ ୩୫ ଟଙ୍କା ହଜିଯାଇଥିଲା । ଯେଉଁଥିପାଇଁ ସେ ସ୍କୁଲର ସମସ୍ତ ପିଲାଙ୍କୁ ମନ୍ଦିରକୁ ଡାକି ନେଇ ଠାକୁରଙ୍କ ପାଖରେ ନିୟମ କରାଇଥିଲେ ।
ସୂଚନା ଅନୁଯାୟୀ, ବିହାରର ଏକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀଙ୍କ ପର୍ସରୁ ୩୫ ଟଙ୍କା ହଜିଯାଇଥିଲା | ଏହାପରେ ସ୍କୁଲ ପାଖରେ ଥିବା ଏକ ଦୁର୍ଗା ମନ୍ଦିରକୁ ପ୍ରଥମିକ ସ୍କୁଲର କୁନି କୁନି ପିଲାଙ୍କୁ ନେଇ ଶିକ୍ଷୟିତ୍ରୀ ନିୟମ କରାଇଥିଲେ । ପ୍ରଥମେ ସେ ସବୁ ପିଲାଙ୍କୁ ଏକାଠି କରି ପଚାରିଥିଲେ ଯେ ମୋ ପର୍ସରୁ ୩୫ ଟଙ୍କା ଗାୟବ ଅଛି । ଏ ଟଙ୍କା କିଏ ନେଇଛ… ସତ କୁହ ? ମୋ ପର୍ସରେ କିଏ ହାତ ମାରିଥିଲ…ସତ କୁହ । ହେଲେ କୌଣସି ପିଲା ଚୋରି କରିଥିବା ନେଇ ମାନି ନଥିଲେ । ତାପରେ ଶିକ୍ଷୟିତ୍ରୀ ପିଲାଙ୍କୁ ନେଇ ଠାକୁରଙ୍କ ପାଖରେ ନିୟମ କରାଇଥିଲେ ।
ଏହି ଅଶିକ୍ଷିତ ଘଟଣାପରେ ପରିବାର ଲୋକେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି | ପରିବାର ଲୋକଙ୍କ ପ୍ରତିକ୍ରିୟା ଦେଇ କହିଥିଲେ, ବିଦ୍ୟାଳୟ ହେଉଛି ଜ୍ଞାନର ମନ୍ଦିର । ଏଠାରେ ପିଲାମାନଙ୍କୁ ସଂସ୍କାର ଶିକ୍ଷା ଦିଆଯାଏ । କିନ୍ତୁ ଏହି ବିଦ୍ୟାଳୟରେ ଶିକ୍ଷକ ହିଁ ପିଲାମାନଙ୍କୁ ଚୋରରେ ପରିଣତ କରୁଛନ୍ତି । ତାଙ୍କୁ ପାଠ ପଢ଼ାଇବା ବଦଳରେ ମନ୍ଦିର ନେଇ ଶପଥ କରାଯାଉଛି । ଏବେ ପିଲାଙ୍କ ମାନସିକ ସ୍ଥିତି କେମିତି ରହିଛି, ସେମାନେ କିଭଳି ମାନସିକ ଅବସ୍ଥା ଦେଇ ଗତି କରୁଛନ୍ତି ତାକୁ ବୁଝିବାକୁ ହେବ । ପିଲାମାନେ ଶପଥ ନେବା ପରେ ଘରକୁ କାନ୍ଦି କାନ୍ଦି ଯାଇଛନ୍ତି । ଏହାପରେ ପରିବାର ଲୋକେ ଅଭିଯୋଗ କରିଛନ୍ତି |