Pratidin TV

Odisha's Digital News Platform

ଏମିତି ଏକ ଗାଁ , ଯେଉଁଠି ଭଗବାନଙ୍କ ପରି ପୂଜା ପାଆନ୍ତି ବାଦୁଡ଼ି …

1 min read

ବାଦୁଡିଠାରୁ ମହାମାରୀ କରୋନା ଭାଇରସ ସୃଷ୍ଟି ହୋଇଥିବା କୁହାଯାଉଛି। ଯେଉଁ  ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ଚାଲିଛି। କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଛି । ତେବେ ଭାରତରେ ଏମିତି ଏକ ଗ୍ରାମ ଅଛି ଯେଉଁଠି ଲୋକମାନେ ବାଦୁଡିକୁ ପୂଜାର୍ଚ୍ଚନା କରିଥାନ୍ତି। ସେହିପରି ବାଦୁଡିକୁ ସେଠାକାର ଲୋକେ ଶୁଭ ବୋଲି ମଧ୍ୟ ମାନିଥାନ୍ତି।

ବିହାରର ବୈଶାଳୀ ଜିଲ୍ଲାରେ ରାଜାପାକର ପ୍ରଖଣ୍ଡରେ ସରସଇ ଗାଁରେ ନା କେବଳ ବାଦୁଡି ମାନଙ୍କର ପୂଜା ହୁଏ, ସେଠାରେ ଲୋକମାନେ ମଧ୍ୟ ମାନନ୍ତି ଯେ ବାଦୁଡିମାନେ ସେମାନଙ୍କର ରକ୍ଷା ମଧ୍ୟ କରୁଛନ୍ତି । ଏହି ବାଦୁଡି ମାନଙ୍କୁ ଦେଖିବାକୁ ପର୍ଯ୍ୟଟକମାନଙ୍କର ମଧ୍ୟ ଭିଡ ଲାଗି ରହୁଛି । ଏଠାରେ ଲୋକମାନେ ସେମାନଙ୍କୁ ସମୃଦ୍ଧିର ପ୍ରତୀକ ଦେବୀ ଲକ୍ଷ୍ମୀ ଭାବରେ ମାନନ୍ତି। ବାଦୁଡି ମାନେ ଏଠାରେ କେବେଠାରୁ ଅଛନ୍ତି ଏହା କେହି ଜାଣି ନାହାନ୍ତି ।

Advertisement

  ପ୍ରାୟ ୫୦ ହଜାରରୁ ଅଧିକ ବାଦୁଡି ଏଠାରେ ରୁହନ୍ତି । ବହୁ ବର୍ଷ ପୂର୍ବେ ସରସଇ ଗାଁରେ ହଇଜା ବ୍ୟାପିଥିଲା। ଯେବେଠାରୁ ବାଦୁଡିମାନେ ଏଠାରେ ବାସ କରିବା ଆରମ୍ଭ କଲେ ସେବେଠାରୁ ହଇଜା ଏବଂ ମହମାରୀ ହେବାର ଦେଖାଯାଉନାହିଁ ।ଗ୍ରାମବାସୀଙ୍କ କହିବା ମୁତାବକ, ଗ୍ରାମରେ ଥିବା ଏକ ଗଛରେ ହଜାର ହଜାର ବାଦୁଡି ବାସ କରନ୍ତି। ବାଦୁଡି ଯୋଗୁ ଏହି ଗ୍ରାମ ପ୍ରସିଦ୍ଧ ହୋଇଛି। ବାଦୁଡି ସମଗ୍ର ଗ୍ରାମକୁ ସୁରକ୍ଷା ମଧ୍ୟ ଦିଅନ୍ତି। କେବଳ ଏତିକି ନୁହେଁ, ବହୁ ସଂଖ୍ୟାରେ ପର୍ଯ୍ୟଟକ ମଧ୍ୟ ଗ୍ରାମକୁ ଆସି ବାଦୁଡିଙ୍କୁ ଦେଖିଥାନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *