ହସ୍ପିଟାଲରେ ନଥିଲେ ଡାକ୍ତର, କମ୍ପାଉଣ୍ଡର ଅସ୍ତ୍ରୋପଚାର କରିବାରୁ ମହିଳାଙ୍କ ଜୀବନ ଚାଲିଗଲା
1 min readଡାକ୍ତରଙ୍କ ବଦଳରେ କମ୍ପାଉଣ୍ଡର ସର୍ଜରୀ କରିବାରୁ ଚାଲିଗଲା ମହିଳାଙ୍କ ଜୀବନ | ଏଭଳି ଘଟଣା ବିହାରର ସାମସ୍ତିପୁର ଜିଲ୍ଲାରେ ଘଟିଛି | ମୃତକ ଜଣକ ହେଉଛନ୍ତି ୨୮ ବର୍ଷୀୟ ବବିତା ଦେବୀ। ତେବେ ପରିବାର ଲୋକେ କରିଛନ୍ତି ଅଭିଯୋଗ | ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ବବିତାଙ୍କୁ ଅନିଶା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ପରିବାର ଲୋକ କହିଛନ୍ତି ଯେ, ଗତକାଲି ସକାଳେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ବବିତାଙ୍କୁ ଅନିଶା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ ଡାକ୍ତର ନଥିବା କମ୍ପାଉଣ୍ଡର କହିଥିଲେ। କିନ୍ତୁ ଡାକ୍ତରଖାନରେ ଡାକ୍ତର ନଥିବା କାରଣରୁ କମ୍ପାଉଣ୍ଡର କରିଥିଲେ ସର୍ଜରୀ | ଯେଉଁ କାରଣ ପାଇଁ ମହିଳାଙ୍କ ଘଟିଛି ମୃତ୍ୟୁ |
ତେବେ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେତେବେଳେ ବବିତାଙ୍କୁ ଅନ୍ୟ ଏକ ହସ୍ପିଟାଲ ନିଆଯାଉ ଥିଲା ସେତେବେଳେ ତାଙ୍କ ଶରୀର ସମ୍ପୂର୍ଣ୍ଣ ଥଣ୍ଡା ଲାଗିବାରୁ ସେମାନଙ୍କର ସନ୍ଦେହ ହୋଇଥିଲା ଏବଂ ଅନ୍ୟ ଏକ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ହିଁ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ କମ୍ପାଉଣ୍ଡର ପରିବାର ଲୋକଙ୍କୁ ଜଣାଇନଥିଲେ |
ଏହି ଘଟଣା ପରେ ଡାକ୍ତରଖାନା ପରିସରରେ ସୃଷ୍ଟି ହୋଇଥିଲା ଉତ୍ତେଜନା । ସମ୍ପୃକ୍ତ କମ୍ପାଉଣ୍ଡରଙ୍କୁ ଗିରଫ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ସ୍ଥାନୀୟ ଅଞ୍ଚଳର ଅନେକ ହସ୍ପିଟାଲରେ ଡାକ୍ତରଙ୍କ ବଦଳରେ କମ୍ପାଉଣ୍ଡର ଚିକିତ୍ସା ଯୋଗାଇ ଦେଉଥିବା ବେଳେ ଏପରି ଘଟଣା ଜଣେ ମହିଳାଙ୍କ ନେଇଯାଇଛି ଜୀବନ |