Pratidin TV

Odisha's Digital News Platform

ରିଲ୍ସ ପାଇଁ ମନା କଲା ସ୍ୱାମୀ , ବାପ ଘରକୁ ଡାକି ହତ୍ୟା କଲା ସ୍ତ୍ରୀ ….

1 min read

ଏବେ ସମସ୍ତେ ରିଲ୍ସ ମାୟାରେ ବାୟା । ସୋଶିଆଲ ମିଡିଆରେ ରିଲ୍ସ ଆଜି ଯେମିତି ଲୋକ ମାନଙ୍କୁ ପାଗଳ କରିଦେଇଛି । ସାମାନ୍ୟ କେଇଟା ଲାଇକ୍ସ, କମେଣ୍ଟ ଓ ଭିୟୁ ପାଇଁ କେତେବେଳେ କାହାର ଜାବନ ନେଇଯାଉଛନ୍ତି ତ କେତେବେଳେ ନିଜର ଜୀବନ ଦେଇଦେଉଛନ୍ତି । ଆଜି ଏହି ରିଲ୍ସ ପାଇଁ ସ୍ତ୍ରୀ ନିଜ ମୁଣ୍ଡର ସିନ୍ଦୁରକୁ ନିଜେ ପୋଛି ଦେଇଛି । ସ୍ୱାମୀ ରିଲ୍ସ କରିବାରୁ ମନା କରିବାରୁ ସ୍ତ୍ରୀ ପିଶାଚି ସାଜି ସ୍ୱାମୀକୁ ହତ୍ୟା କରିଛି । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରାପୁରି ସତ । ଏପରି ଲୋମହର୍ଷଣ କାରୀ ଘଟଣା ଦେଖିବାକୁ ମିଳିଛି ବିହାରର ବେଗୁସରାୟରେ । ସ୍ୱାମୀ ସ୍ତ୍ରୀ କୁ ରିଲ୍ସ କରିବାକୁ ବାରଣ କରିବାରୁ ସ୍ୱାମୀର ଜୀବନ ନେଇଯାଇଛି ସ୍ତ୍ରୀ । ନିଜ ବାପଘର ଲୋକଙ୍କ ସହ ମିଶି ସ୍ୱାମୀ ନିର୍ମମ ଭାବେ ହତ୍ୟା କରିଛି ସ୍ତ୍ରୀ । ବେଗୁସରାୟ ଥାନା ଅନ୍ତର୍ଗତ ଫଫୋତ ଗାଁରେ ଏପରି ଘଟଣା ଘଟିଛି । ରବିବାର ବିଳମ୍ୱିତ ରାତିରେ ଶ୍ୱଶୁର ଘର ଆସିଥିବା ଯୁବକର ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଛି । ଖୋଦାବନ୍ଦପୁର ପୋଲିସ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ସ୍ୱାମୀଙ୍କ ପରିବାର ଲୋକେ ସ୍ତ୍ରୀ ଏବଂ ତାର ପରିବାର ଲୋକଙ୍କ ବିରୋଧରେ ପୁଅକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଜୋଗ କରିଛନ୍ତି । ମୃତ ଯୁବକଙ୍କ ବାପା କହିଛନ୍ତି ଯେ ବୋହୂ ବୋହୂ ଇଷ୍ଟାଗ୍ରାମରେ ସବୁବେଳେ ରିଲ୍ସ କରୁଥିଲା । ଏଥିପାଇଁ ପୁଅ ମହେଶ୍ୱର ରାୟ ସବୁବେଳେ ବାରଣ କରୁଥିଲା । ଏହି କାରଣରୁ ଦୁହିଁଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା । ସେଥିପାଇଁ ଆଜି ବୋହୂ ପରିବାର ଲୋକଙ୍କ ସହ ମିଶି ପୁଅକୁ ହତ୍ୟା କରିଛି । ସୂଚନା ଅନୁସାରେ ୬ ବର୍ଷ ପୂର୍ବେ ମହେଶ୍ୱର ରାୟ ଏବଂ ରାଣୀ କୁମାରଙ୍କ ମଧ୍ୟରେ ବିବାହ ହୋଇଥିଲା । ଦୁହିଁଙ୍କର ଗୋଟିଏ ପୁଅ ବି ଅଛି । ହେଲେ ଗତ କିଛି ବର୍ଷ ହେଲା ରାଣୀ ସବୁବେଳେ ଇନଷ୍ଟାଗ୍ରାମରେ ରିଲ୍ସ କରୁଥିଲେ । ଲାଗୁଥିଲା ଯେମିତି ରିଲ୍ସ ପାଇଁ ସେ ପାଗଳ ହୋଇଯାଇଥିଲେ । ଯାହା ମହେଶ୍ୱରଙ୍କୁ ପସନ୍ଦ ନଥିଲା ।

Advertisement

Leave a Reply

Your email address will not be published. Required fields are marked *