Pratidin TV

Odisha's Digital News Platform

(ଭିଡିଓ)ମୃତ୍ୟୁର ୨ ଘଣ୍ଟା ପୂର୍ବରୁ ଶେଷ ଇଛା ହେଲା ପୂରଣ , ଆଇସିୟୁରେ କଲେ ବିବାହ

1 min read

ନୂଆଦିଲ୍ଲୀ : ବିହାରର ଗୟା ଜିଲ୍ଲାରେ ଫିଲ୍ମ କାହାଣୀ ଭଳି ଘଟଣା ଘଟିଛି ।ମେଡିକାଲରେ କଲେ ବିବାହର ଭିଡିଓ ବର୍ତ୍ତମାନ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଏକ ଫିଲ୍ମର କାହାଣି ପରି ଲାଗୁଥିଲେ ମଧ୍ୟ ସତ । ଶେଷ ଇଛ୍‌ା ପୂରଣ ପାଇଁ ମେଡିକାଲ ଆଇସିୟୁରେ ବର କନ୍ୟା କଲେ ବିବାହ । ଏଭଳି ଏକ ଘଟଣା ଗୟାର ଏକ ଘରୋଇ ମେଡିକାଲରେ ଘଟିଛି । ଆଇସିୟୁରେ ଭର୍ତି ହୋଇଥିବା ଜଣେ ମହିଳା ରୋଗୀଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ, ଝିଅ ଆଇସିୟୁରେ ନିଜ ମାଆଙ୍କ ଆଖି ଆଗରେ ସାତ ଫେରା ନେଇଥିଲେ । ତେବେ ଝିଅର ବିବାହର ଦୁଇ ଘଂଟା ପରେ ମା’ର ମୃତ୍ୟୁ ଘଟିଛି । ଏହି ବିବାହରେ କେବଳ ବର ଏବଂ କନ୍ୟାର ପରିବାର ସଦସ୍ୟ ନୁହଁନ୍ତି, ଡାକ୍ତରଖାନାର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Advertisement

ସୂଚନାନୁସାରେ, ଏହି ବିବାହ ଜିଲ୍ଲାର ମାଜିଷ୍ଟ୍ରେଟ୍ କଲୋନୀ ସମ୍ମୁଖରେ ଅବସ୍ଥିତ ଆର୍ଶ ହସ୍ପିଟାଲରେ କର।।ଇଛି । ବାଲି ଗ୍ରାମ ନିବାସୀ ଲାଲାନ କୁମାରଙ୍କ ପତ୍ନୀ ପୁନମ କୁମାରୀ ବର୍ମା ଅନେକ ଦିନ ଧରି ଅସୁସ୍ଥ ଥିଲେ । ଗୁରୁତର ହେବା ପରେ ତାଙ୍କୁ ଆର୍ଶ ହସ୍ପିଟାଲ ଗୟାରେ ଭର୍ତି କରଯାଇଥିଲା । ପୁନମ୍ ମେଡିକାଲରେ ଭର୍ତି ହେବା ପରେ ଡାକ୍ତର କହିଥିଲେ ଯେ ରୋଗୀର ଅବସ୍ଥା ଗୁରୁତର ଏବଂ ତାଙ୍କର ଯେକୌଣସି ସମୟରେ ମୃତ୍ୟୁ ହୋଇପାରେ । ଏଭଳି ଅବସ୍ଥାରେ ରୋଗୀ ପୁନମ୍ ପରିବାର ଆଗରେ ଏକ ସର୍ତ ରଖିଥିଲେ ଯେ ସେ ଜୀବିତ ଥିବାବେଳେ ତାଙ୍କ ଝିଅ ଚାନ୍ଦନୀ କୁମାରୀ ବିବାହ କରିବା ଉଚିତ୍ ।

ସମ୍ପର୍କୀୟମାନେ କହିଥିଲେ, ପୁନମଙ୍କ ଜିଦ୍ ଯୋଗୁଁ ଚାନ୍ଦନୀ ସାଲେମପୁର ଗାଁର ବାସିନ୍ଦା ସୁମିତ ଗୌରବଙ୍କୁ ବିବାହ କରିଥିଲେ । ଦୁଃଖର ବିଷୟ ହେଉଛି ବିବାହର ଦୁଇ ଘଂଟା ପରେ ପୁନମଙ୍କ ଦେହାନ୍ତ ହୋଇଛି । ସୂଚନାନୁସାରେ, ଝିଅର ବିବାହ ନିଜେ ଆର୍ଶ ହସ୍ପିଟାଲର ଆଇସିୟୁ ଦ୍ୱାର ବାହାରେ ହୋଇଥିଲା । ବରର ସୁମିତ ଗୌରବଙ୍କ ମାମୁଁ ଅଜିତ କୁମାର ଲୋହିଆ ବର ଏବଂ କନ୍ୟାକୁ ଆଫିଡେଭିଟ୍ ପଢି ବିବାହ କରିଥିଲେ । ବିଶେଷ କଥା ହେଉଛି ବିନା ଯୌତୁକରେ ବିବାହ କର।।ଇଥିଲା । ବିବାହର ମାତ୍ର ଦୁଇ ଘଣ୍ଟା ପରେ ମା’ଙ୍କୁ ହରାଇଥିବା ଚାନ୍ଦନୀ କୁମାରୀ କହିଛନ୍ତି ଯେ ତାଙ୍କ ମା ପୁନମ ମଗଧ ମେଡିକାଲ କଲେଜ ଏବଂ ହସପିଟାଲରେ ଏଏନ୍‌ଏମ୍ ଭାବରେ କାର୍ଯ୍ୟରତ ଥିଲେ । ଏବଂ କରୋନା ସମୟରୁ କ୍ରମାଗତ ଭାବରେ ଅସୁସ୍ଥ ଥିଲେ । ଏବଂ ସେ ହୃଦରୋଗରେ ପୀଡିତ ଥିଲେ । ମା’ଙ୍କ ଇଚ୍ଛା ପୂରଣ ପାଇଁ ଡାକ୍ତରଖାନାରେ ସେ ବିବାହ କରିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *