ରାଷ୍ଟ୍ରପତିଙ୍କ ଅତିରିକ୍ତ ସଚିବ ଗଣମାଧ୍ୟମ ନିଯୁକ୍ତିରେ, ବିଜୟ ନାୟକ
1 min readଭୁବନେଶ୍ୱର : ରାଷ୍ଟ୍ରପତି ଦୈପଦୀ ମୁର୍ମୁଙ୍କ ଅତିରିୁକ୍ତ ସଚିବ ଗଣମାଧ୍ୟମ ଭାବେ ନିଯୁକ୍ତି ପାଇଲେ ଅବସରପ୍ରାପ୍ତ ପ୍ରଶାସକ ଓ ଜଣାଶୁଣା ସାହିତ୍ୟକ ବିଜୟ ନାୟକ । ସେ ପ୍ରଥମେ ୨୦୦୦ ମହିହାରେ ମୁର୍ମୁ ବାଣିଜ୍ୟ ,ପରିବହନ,ମତ୍ସ୍ୟ ଓ ପଶୁ ସଂପଦ ବିଭାଗରେ ମନ୍ତ୍ରୀ ଥିବା ବେଳେ , ତାଙ୍କ ବ୍ୟକ୍ତିଗତ ସଚିବ ଥିଲେ ବିଜୟ ନାୟକ ।
ସଂସ୍କୁତ ବିଭାଗର ନିର୍ଦ୍ଦେଶକ ପଦବୀରୁ ଅବସର ନେବାପରେ ସେ ସାକ୍ଷୀଗୋପାଳରେ ନିର୍ମାଣ ହେଉଥିବା ଓଡିଆ ବିଶ୍ୱବିଦ୍ୟାଳୟର ଓଏସ୍ଡି ଭାବେ ନିଯୁକ୍ତି ପାଇଥିଲେ ।ତେବେ ଏହି ପଦବୀରୁ ସେ ଜୁନ ଶେଷ ସପ୍ତାହରେ ଇସ୍ତଫା ଦେଇ ନୂତନ ପଦବୀର ଭାରା ଗ୍ରହଣ କରିଛନ୍ତି ।