Pratidin TV

Odisha's Digital News Platform

କଂଗ୍ରେସରୁ ଛାଡ଼ିଲେ ବିଜୟ ପଟ୍ଟନାୟକ , ମେଲ୍‌ ଯୋଗେ ପଠାଇଲେ ଇସ୍ତଫା ପତ୍ର ..

କଂଗ୍ରେସ ଛାଡିଲେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ରାଜନେତା ବିଜୟ ପଟ୍ଟନାୟକ ।  ସେ ତାଙ୍କର ଇସ୍ତଫା ପତ୍ର ମେଲ୍‌ ଯୋଗେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)କୁ ପଠାଇଛନ୍ତି। ଶ୍ରୀ ପଟ୍ଟନାୟକ ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି।  ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ଯୋଗ ଦେଇଥିଲେ । ସେ ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ । ଚଳିତ ନିର୍ବାଚନରେ   କଂଗ୍ରେସ ତାଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଥିଲା।

ନିର୍ବାଚନ ସମୟରେ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲା। ପରେ ପୁଣି ତାଙ୍କ ଠାରୁ ପଦବି କାଢ଼ି ନେଇଥିଲା। କଂଗ୍ରେସ ଛାଡ଼ିବା ପରେ ଗଣମାଧ୍ୟମକୁ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦଳରେ ମୋର କୌଣସି କାମ ନାହିଁ। ଦଳ ମୋତେ ଗୁରୁତ୍ବ ଦିଆଯାଉ ନାହିଁ। ଏହା ଅନୁଭବ କରିବାରୁ ଦଳ ଛାଡ଼ିଛି। ଅନ୍ୟ ଦଳକୁ ଯିବି ନାହିଁ। କିନ୍ତୁ ଲୋକଙ୍କର ସେବା ଜାରି ରଖିବି।

Leave a Reply

Your email address will not be published. Required fields are marked *