Pratidin TV

Odisha's Digital News Platform

ଜରାଜୀର୍ଣ୍ଣ ଅବସ୍ଥାରେ ବିଜୁବାବୁଙ୍କ ପୈତୃକ ଘର ..

1 min read

ଗଞ୍ଜାମ : ଆଜି ସାରା ରାଜ୍ୟରେ ବିଜୁବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ପାଳିତ କରାଯାଉଛି ।ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅପର୍ଣ୍ଣ କରି ମନେ ପକାଯାଇଛି । ଭଞ୍ଜନଗର ନିକଟସ୍ଥ ଘୁମୁସର ନୂଆଗାଁ ହେଉଛି ବିଜୁବାବୁଙ୍କ ପୈତୃକ ଗାଁ ।

ଏହି ଗାଁରେ ବିଜୁ ବାବୁ ଅନେକ ସମୟ ବିତାଈଛନ୍ତି ।କିନ୍ତୁ ଆଜି ଅବହେଳିତ ଅବସ୍ଥାରେ ରହିଛି ବିଜୁ ବାବୁଙ୍କ ଜନ୍ମ ସ୍ଥାନ। ପୈତୃକ ଘରଟି ଭାଙ୍ଗି ରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ରହିଛି କେବଳ ବିଜୁ ବାବୁଙ୍କ ବେତରେ ତିଆରି ଆରାମ ଚୌକି।ପୂର୍ବରୁ ଏଠାକୁ ରାସ୍ତା ଟିଏ ଭଲ ନଥିଲା କିନ୍ତୁ ଏବେ ପକ୍କା ରାସ୍ତା ନିର୍ମାଣ ହୋଇଛି । ପୈତୃକ ଗ୍ରାମ ନୂଆଗାଁ ରେ ଆଜି ବିଜୁବାବୁଙ୍କ ଜନ୍ମ ଜୟନ୍ତୀ ପାଳନ କରିଛନ୍ତି ।

Advertisement

ଏଠାରେ ରହୁଥିବା ଦାୟାଦ ମାନେ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କିଛି ପିଲାଙ୍କୁ ଏକାଠି କରାଇ ଖାତା କଲମ ବିସ୍କେଟ ପ୍ରଦାନ କରାଯାଇଛି।ବିଜୁ ବାବୁଙ୍କ ସ୍ମୁତି କୁ ମନେ ରଖିବା ପାଇଁ ପୈତୃକ ଗାଁରେ ବିଜୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହିତ ଜରାଜୀର୍ଣ୍ଣ କୋଠା ଟିକୁ ନବନିର୍ମିତ କରି ସଂଗ୍ରାହଳୟ ଟିଏ ସ୍ଥାପିତ କରିବାକୁ ଅଞ୍ଚଳ ର ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *