Pratidin TV

Odisha's Digital News Platform

ସମ୍ବଲପୁର ଜିଲ୍ଲା ବିଜେଡି ପକ୍ଷରୁ ପାଳନ କଲେ ବିଜୁ ବାବୁଙ୍କ ଜନ୍ମଜୟନ୍ତୀ

1 min read

ସବୁରି ମୁହଁରେ ବେଶ ପରିଚିତ,ବିଜୁ ବାବୁ | ଓଡିଶାର ଲୋକପ୍ରିୟ ରାଜନେତା , ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଆଧୁନିକ ଓଡିଶାର ସୂକ୍ଷ୍ମ କାରିଗର ବିଜୁ ପଟ୍ଟନାୟକ ଖାଲି ଓଡିଶାରେ ନୁହେଁ ଭାରତୀୟ ଜାତୀୟ ରାଜନୀତିର ଅପ୍ରତିଦ୍ୱନ୍ଦୀ ବ୍ୟକ୍ତିତ୍ୱ , ଯିଏ ଉନ୍ମତ୍ତଝଡ଼ର ବକ୍ଷ ଭେଦକରି ଅଦମ୍ୟ ସାହସ ଓ ପରାକ୍ରମୀ ଇଗଲ୍ ର ଆଖ୍ୟା ଲାଭ କରିଥିଲେ, ନିଜ ଜୀବନକୁ ଜଳାଞ୍ଜଳି ଦେଇ ଲୋକଙ୍କ ହିତରେ ସମର୍ପଣ ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତିମା ଆଙ୍କିଥିଲେ ସେହି ଓଡ଼ିଆ ଅସ୍ମିତାର ସମର୍ଥ ସାଧକ, କୋଟି ହୃଦୟର ପ୍ରଭାବୀ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟ | ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ମହାନ ବିଜୁ ବାବୁଙ୍କ ଜନ୍ମ | ତାଙ୍କର ଏହି ଜନ୍ମ ଦିନରେ ସାରା ଓଡ଼ିଶାରେ ହେଉଛି ଜନ୍ମ ଜୟନ୍ତୀ ପାଳନ |

ତେବେ ସମ୍ବଲପୁର ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି l ସମ୍ବଲପୁର ସହରର ରେମେଢ଼ ଛକ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ ଜିଲ୍ଲା ବିଜେଡି ସଭାପତି ତଥା ବିଧାୟକ ରୋହିତ ପୂଜାରୀଙ୍କ ନୈତୃତ୍ତରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଏଥିରେ ସମ୍ବଲପୁର ବିଜେଡି ବିଧାନସଭା କ୍ଷେତ୍ରର ପ୍ରଭାରୀ ସୌଭାଗ୍ୟ ନାୟକ, ପୁର୍ବତନ ସାଂସଦ ପ୍ରମିଳା ବହିଦାର, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ, ବିଜେଡି ରାଜ୍ୟ ପ୍ରବକ୍ତା ସଞ୍ଜୟ ବାବୁ, ଯୁବ ବିଜେଡି ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର,ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହିରାଲାଳ ବେହେରା, ଜିଲ୍ଲା ବିଜେଡି ମହାନଗର ସଭାପତି ସତିଶ ବିଶିଙ୍କ ସମେତ ଜିଲ୍ଲା ବିଜେଡିର ସବୁ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ ଅବସରରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମଜୟନ୍ତୀ ପାଳନ ଅବସରରେ ବିକସିତ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଥିବା ମହତ ଅବଦାନ ନେଇ ସ୍ମୃତିଚାରଣ କରାଯାଇଥିଲା l ଏହାସ଼ହ ବିଜୁବାବୁଙ୍କ ଦେଶ ତଥା ରାଜ୍ୟ ପାଇଁ ଥିବା ମହତ ଅବଦାନ ନେଇ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରତ୍ନ ସମ୍ମାନ ଦେବା ପାଇଁ ଦାବି କରାଯାଇଛି l

Advertisement

Leave a Reply

Your email address will not be published. Required fields are marked *