Pratidin TV

Odisha's Digital News Platform

ଗଛରେ ମାଡ଼ ହେଲା ବାଇକ…ଚାଲିଗଲା ୨ ସାଙ୍ଗଙ୍କ ଜୀବନ

ସାଙ୍ଗ ରେସିପସନକୁ ଯାଉଥିଲେ ହୋଇଗଲା ଦୁର୍ଘଟଣା | ଏପରି ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା କାନପୁର ଥାନା ଋଷିପଡା ନିକଟବର୍ତ୍ତୀ ଅଞ୍ଚଳରେ | ସୂଚନା ଅନୁଯାୟୀ,ଦୁଇ ଜଣ ଯୁବକ ବଡ଼ମ୍ବା ବେଲିଆପାଳ ଗ୍ରାମର ମୁନା ସାହୁ ଏବଂ ରାକେଶ ପଣ୍ଡା | କାନପୁରରେ ଜଣେ ସାଙ୍ଗର ରେସିପସନ କୁ ୨ ସାଙ୍ଗ ଯାଉଥିବା ସମୟରେ ଘଟିଛି ଦୁର୍ଘଟଣା | ଗଛ ରେ ମାଡ଼ ହୋଇଥିଲା ୨ ବାଇକ | ସ୍ଥାନୀୟ ଲୋକଙ୍କ ସହାୟତରେ ସେମାନଙ୍କୁ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା |

Leave a Reply

Your email address will not be published. Required fields are marked *