Pratidin TV

Odisha's Digital News Platform

ବୋଲେରୋକୁ ଧକ୍କା ଦେଲା ବାଇକ : ସ୍ୱାମୀ ମୃତ ,ସ୍ତ୍ରୀ ଏବଂ ଛୁଆ ଗୁରୁତର

1 min read

ରାୟଗଡା : ବୋଲେରୋକୁ ଧକ୍କା ଦେଲା ବାଇକ୍ , ଘଟଣା ସ୍ଥଳରେ ଚାଲିଗଲା ସ୍ୱାମୀର ଜୀବନ ଏବେ ଗୁରୁତର ଅବସ୍ଥାରେ ସ୍ତ୍ରୀ ଓ ଛୁଆ । ଏଭଳି ଏକ ଅଭାବନୀୟ ହୃଦୟବିଦାରକ ଘଟଣା ରାୟଗଡା ଜିଲ୍ଲାର ଗୁମ୍ମାଘାଟି ଲାକୁବାଇ ନିକଟରେ ଘଟିଛି ।

ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ଦମ୍ପତି ତାଙ୍କ ଛୋଟ ଶିଶୁଙ୍କୁ ଧରି ବାଇକ୍ରେ ରାୟଗଡ଼ାରୁ କୋରାପୁଟ ଅଭିମୁଖେ ଯାଉଥିଲେ। ଏହି ସମୟରେ ଲାକୁବାଇ ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତାରେ ଠିଆ ହୋଇଥିବା ବୁଲେରୋକୁ ଧକ୍କା ଦେଇଥିଲା। ତେବେ ଦୁଭାଗ୍ୟବସତଃ ଘଟଣାସ୍ଥଳରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଓ ଛୋଟ ଶିଶୁକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisement

Leave a Reply

Your email address will not be published. Required fields are marked *