Pratidin TV

Odisha's Digital News Platform

କାର୍ଯ୍ୟକ୍ଷେତ୍ରକୁ ଯାଉଥିବା ବେଳେ ମାଡିଗଲା ଟ୍ରକ, ଅକାଳରେ ଚାଲିଗଲା ଜୀବନ…

1 min read

ଜାତୀୟ ରାଜପଥରେ ଘଟିଯାଇଛି ମର୍ମନ୍ତୁତ ସଡକ ଦୁର୍ଘଟଣା । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଜାତୀୟ ରାଜପଥ ୧୪୯ର ଭେଜିଆ ଛକଠାରେ ଟ୍ରକ ବାଇକ ମୁହାଁମୁହିଁ ଧକ୍କାରେ ଚାଲିଗଲା ବାଇକ ଆରୋହୀଙ୍କ ଜୀବନ । ଆଜି ସକାଳ ପ୍ରାୟ ୭.୫୦ ବେଳେ ଟ୍ରକ ଧକାରେ ଖମାର ଥାନା ବଡ଼ ବାଲିସାହି ଗ୍ରାମର ବାଇକ ଆରୋହି ନିରଞ୍ଜନ ସାମଲ(୩୮)ଙ୍କ ମୃତ ହୋଇଛି । ନିରଞ୍ଜନ ତାଳଚେର ସ୍ଥିତ ଲିଙ୍ଗରାଜ କୋଇଲା ଖଣିକୁ ଟ୍ରକ ଚଳାଇବା ପାଇଁ ବାଇକ ଯୋଗେ ଯାଉଥିବା ବେଳେ ତାଳଚେର ଆଡୁ ଆସୁଥିବା ଟ୍ରକ ସହ ମୁହାଁମୁହିଁ ଧକା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ବାରମ୍ବାର ସଡକ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯିବା ସହ ଧନ ଜୀବନ ନଷ୍ଟ ହେଉଛି । ଯେଉଁଥିପାଇଁ ସ୍ଥାନୀୟ ଲୋକେ ବିଭିନ୍ନ ଦାବୀ ନେଇ ରାସ୍ତା ରୋକ କରିଥିଲେ । ଆଉ ଆଜି ଏପରି ଦୁର୍ଘଟଣାରେ ମୃତ୍ୟୁକୁ ନେଇ ସେଠାକାର ଲୋକେ ରାସ୍ତା ଅବରୋଧ କରିବା ସହ ଚାପା ଉତେଜନା ଦେଖା ଦେଇଥିଲା । ଯାହାଫଳରେ ତାଳଚେର,ପାଲଲହଡା, କେନ୍ଦୁଝର, ଦେବଗଡ଼,ରାଉରକେଲା ସହିତ ସିଧାସଳଖ ସଂଯୋଗ ଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଥିଲା । ପରେ ଖବର ପାଇ ମହାବିରୋଡ଼ ଥାନା ଅଧିକାରୀ ଅନାଦି ପଟାୟତ,ଏଏସାଇ ଧରଣୀଧର ନାଥ, ସ୍ଥାନୀୟ ଜିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଜାରି ରଖିଛନ୍ତି । ସେପଟେ ପୋଲିସ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ କରିବା ପାଇଁ ପରଜଙ୍ଗ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।

Advertisement

Leave a Reply

Your email address will not be published. Required fields are marked *