Pratidin TV

Odisha's Digital News Platform

ବାଇକ-ସ୍କୁଟି ହେଲା ଚାଲିଗଲା ୩ ଜୀବନ

1 min read

ପୁଣି ସଡକ ଦୁର୍ଘଟଣା ସାମ୍ନାକୁ ଆସିଛି | ବାଇକ-ସ୍କୁଟି ମଧ୍ୟରେ ଦୁର୍ଘଟଣା | ଘଟଣା ଘଟିଛି ଉଦଳା ୧୯ନଂ ରାଜ୍ୟ ରାଜପଥର ବଡ଼ସାହି ଥାନା ଅଧୀନ କାଦୁଆଲବନ୍ଧ ନିକଟରେ | ଦୁର୍ଘଟଣାରେ ଚାଲିଯାଇଛି ୩ ଜୀବନ | ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଉଦ୍ଧାର କରି ବାରିପଦା ଡାକ୍ତରଖାନା ନେବା ସମୟରେ ଚାଲିଯାଇଥିଲା ୩ ଜଣକ ଜୀବନ | ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା | ସୂଚନା ମୁତାବକ ମୃତକଙ୍କ ମଧ୍ୟରୁ ଗୁଡ଼ିଆଲ ବନ୍ଧରୁ ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ର ୧୫ ବର୍ଷ ବୟସ ଆକାଶ ବିନ୍ଧାଣୀ , ୧୮ ବର୍ଷୀୟ ଲକ୍ଷ୍ମଣ ସିଂ ବୟସ, ତଡ଼କିଶଲର ୨୫ବର୍ଷୀୟ ରାଜେନ ସିଂ ବୋଲି ଜଣାପଡିଛି ।ପୋଲିସ ସମସ୍ତଙ୍କ ପରିବାରକୁ ପରେ ଖବର ଦେଇଥିଲା | ପୋଲିସ ଏହି ବିଷୟରେ ଅଧିକ ତଦନ୍ତ କରୁଛି |

Advertisement

Leave a Reply

Your email address will not be published. Required fields are marked *