Pratidin TV

Odisha's Digital News Platform

ସୂର୍ଯ୍ୟ ପାତ୍ରଙ୍କ ସ୍ଥାନ ନେବେ ଏହି ନେତା: ସମସ୍ତ ମନ୍ତ୍ରୀଙ୍କୁ କରାଇବେ ଶପଥ ପାଠ

ଭୁବନେଶ୍ୱର: ସ୍ୱାସ୍ଥ୍ୟଗତ କାରଣରୁ ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସ୍ଥାନ ନେବେ ବିକ୍ରମ କେଶରୀ ଆରୁଖ । ଆଜି ସମସ୍ତ ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ଆରୁଖ । ସଂସଦୀୟ ବ୍ୟାପାର ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖ ହେବେ ବାଚସ୍ପତି । କାରଣ ବାଚସ୍ପତି ପଦରୁ ଡ. ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେବା ପରେ ତାହା ଖାଲି ରହିଛି । ଅନ୍ୟପକ୍ଷରେ ଜଗତ୍ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳ ମୁଖ୍ୟ ସଚେତକ ଏବଂ ସରୋଜ ମେହେର ଉପମୁଖ୍ୟ ସଚେତକ ହେବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।
୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ନୂଆ ଟିମ ଗଢିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରୀ ବଦଳାଇଛନ୍ତି ନବୀନ । ଆଜି ରାଜ୍ୟର ନୂଆ ମନ୍ତ୍ରୀମଣ୍ଡଳର ହେବ ଶପଥ ଗ୍ରହଣ ଉତ୍ସବ । ରାଜଭବନରେ ଦିନ ୧୧ଟା ୪୫ମିନିଟରେରେ ନୂତନ ମନ୍ତ୍ରୀ ଭାବେ ଶପଥ ନେବାର କାର‌୍ୟ୍ୟକ୍ରମ ରହିଛି । ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏଥିପାଇଁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟରୁ ସମ୍ଭାବ୍ୟ ନୂଆ ମନ୍ତ୍ରୀମଣ୍ଡଳ ତାଲିକା ପ୍ରକାଶ ପାଇଛି । ତାଲିକାରେ ୧୩ଜଣଙ୍କ ନାଁ କ୍ୟାବିନେଟ ପାହ୍ୟା ରହିଥିବା ବେଳେ ତାଲିକାରେ ୮ଜଣଙ୍କୁ ମିଳିଛି ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ।

ଜଗନ୍ନାଥ ସାରକା, ନିରଞ୍ଜନ ପୂଜାରୀ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁ କ୍ୟାବିନେଟ ମନ୍ତ୍ରୀ ଭାବେ ଆଜି ଶପଥ ନେବେ । ସେହିପରି ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ ଓ ନବ କିଶୋର ଦାସଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ଅଶୋକଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆଙ୍କ ନାଁ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ତାଲିକାରେ ରହିଛି । ଅନ୍ୟପଟେ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ଶପଥ ନେବେ ସମୀର ରଞ୍ଜନ ଦାଶ, ଅଶ୍ବିନୀ କୁମାର ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୋହିତ ପୂଜାରୀ, ରୀତା ସାହୁ ଓ ବାସନ୍ତି ହେମ୍ବ୍ରମ ।

Leave a Reply

Your email address will not be published. Required fields are marked *