Pratidin TV

Odisha's Digital News Platform

(ଭିଡିଓ)ବିଦେଶରେ ଭାରତୀୟ ଖାଦ୍ୟର ଚାହିଦା : ବିଲ ଗେଟ୍ସ ତିଆରି କଲେ ରୁଟି , ପ୍ରଶଂସାରେ ମୋଦି କହିଲେ ..

1 min read

ନୂଆଦିଲ୍ଲୀ : ଏବେ ବିଦେଶରେ ବଢିଲାଣି ବାରତୀୟ କାବାର ଚାହିଦା । ନିଜର ଫାଷ୍ଟପୁଡ୍ , ସୁପ୍ ,ଫ୍ରୁଟସ୍‌କୁ ଛାଡି ଏବେ ଭାରତୀୟ ଖାଦ୍ୟ ରୁଟି ଭାତକୁ ଅଧିକ ପ୍ରାଧାନ୍ୟ ଦେଲେଣି ବିଦେଶୀ । ନିକଟରେ ମାଇକ୍ରୋସପ୍ଟର ପ୍ରତିଷ୍ଠାତା  ବିଲ୍‌‌ ଗେଟ୍ସଙ୍କୁ ରୁଟି ତିଆରି କରି ଘିଅ ମାରି ଖାଉଥିବାର ଦୃଶ୍ୟ ଖୁବ୍ ଭାଇରାଲ ହୋଇଥିଲା । ଯାହାକୁ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିବାପରେ ବିଲଗେଟ୍ସଙ୍କ ଟ୍ୱିଟର ପୋଷ୍ଟରେ କମେଣ୍ଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ।

ମୋଦି କହିଛନ୍ତି ଯେ , ଭାରତରେ ଲେଟେଷ୍ଟ ଟ୍ରେଣ୍ଡ ମାଣ୍ଡିଆ ଓ ଗହମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌‌ ଗେଟ୍ସଙ୍କ ରୁଟି ତିଆରି କରିବାର ଏକ ଭିଡିଓ ଦେଖି ପ୍ରଶଂସା କରିଛନ୍ତି । ମାଣ୍ଡିଆରେ ଡିସ୍‌‌ ତିଆରି ପାଇଁ ଗେଟ୍ସ ଚେଷ୍ଟା କରିଥିବାରୁ ମୋଦି ତାଙ୍କୁ ଉତ୍ସାହିତ କରିଛନ୍ତି । ଗେଟ୍ସ ଇନ୍‌‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ ସେ ରୁଟି ତିଆରି କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓର ଉତରରେ ମୋଦି କହିଛନ୍ତି, ଭାରତର କଳ୍ପନା, ମାଣ୍ଡିଆକୁ ବହୁତ ପସନ୍ଦ କରାଯାଏ, ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।

Advertisement

ସେ ଲେଖିଛନ୍ତି, ମାଣ୍ଡିଆରେ ଅନେକ ଖାଦ୍ୟ ପ୍ରସ୍ତୁତ ହୋଇଥାଏ, ଯାହାକୁ ଚାହିଁଲେ ଆପଣ ପ୍ରସ୍ତୁତ କରିପାରିବେ । ଆପଣ କରିପାରିବେ । ଚେଷ୍ଟା କରନ୍ତୁ । ଭିଡିଓ ପୋଷ୍ଟ କରି ସେଲିବ୍ରିଟି ରୋଷେୟା ଏଇତନ ବର୍ନାଥ ଟୁଇଟ୍‌‌ କରି କହିଛନ୍ତି, ବିଲ୍‌‌ ଗେଟ୍ସ ଏବଂ ମୁଁ ଏକାଠି ଭାରତୀୟ ରୁଟି ତିଆରି କରିବାରେ ମଜା କରିଥିଲୁ । ମୁଁ ବିହାର, ଭାରତରୁ ଫେରିଥିଲି, ଯେଉଁଠାରେ ମୁଁ ଗହମ ଚାଷୀଙ୍କୁ ଭେଟିଥିଲି ଯାହାର ନୂତନ ଟେକ୍ନୋଲୋଜି ଯୋଗୁ ଅମଳ ବୃଦ୍ଧି ପାଇଛି । ‘ଦିଦି କି ରୋଷେଇ’ କ୍ୟାଂଟିନର ମହିଳାମାନଙ୍କୁ ମଧ୍ୟ ଭେଟିଥିଲି । ‘ଦିଦି କି ରୋଷେଇ’ କ୍ୟାଂଟିନର ମହିଳାମାନେ କିପରି ରୁଟି ତିଆରିରେ ସେମାନଙ୍କର ପାରଦର୍ଶିତା ହାସଲ କରିଛନ୍ତି, ସେ ବିଷୟରେ କହିଥିଲେ ।

Leave a Reply

Your email address will not be published. Required fields are marked *