୨ବର୍ଷ ତଳେ ଆଖିବୁଜିଲା ସ୍ୱାମୀ,ପାଖରେ ନାହିଁ ଅର୍ଥ ୩ଝିଅଙ୍କୁ ନେଇ ଟିଣ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ବୀଣା..
1 min readକଟକ : ଜୀବନ ଜୀବିକା ଭିତରେ ଆଣ୍ଠେଇ ପଡ଼ିଛି ବିଧବା ମା । ତିନି ଝିଅଙ୍କୁ ଧରି କାନ୍ଦୁଛି ଆଉ ମୁଣ୍ଡ ଗୁଞ୍ଜିବା ପାଇଁ ସାହାରା ଖୋଜୁଛି କିନ୍ତୁ ପ୍ରତିଶୃତି ମିଳିବା ଛଡ଼ା ତାକୁ ମିଳିପାରୁନି କାହାର ସହଯୋଗ । କଟକ ଜିଲ୍ଲା ମାହାଙ୍ଗା ବ୍ଲକର କୁସୁପୁର ଗ୍ରାମପଂଚାୟତର ବାଗସରପୁର ଗ୍ରାମର ବୀଣା ପାଣି ଜେନାଙ୍କର ଏହେଉଛି ଦୁଃଖଦ କାହାଣୀ । ଦୁଇ ବର୍ଷ ତଳେ ତାଙ୍କ ଜୀବନର ସାଥି, ତାଙ୍କର ସୁଖ ଦୁଃଖର ମଣିଷ ଯାହାଙ୍କୁ ଅଗ୍ନିକୁ ସାକ୍ଷୀରଖି ଜନ୍ମ ଜନ୍ମାନ୍ତର ପାଇଁ ସାଥି ହୋଇଥିବା ମଣିଷ ଜୀବନର ଅଧ ରାସ୍ତାରେ ବେସାହାର କରି ଆରପାରିକୁ ଚାଲିଗଲା । ଆଉ ଦଇବ ସବୁଦିନ ପାଇଁ ବୀଣା ପାଣି ମଥାରୁ ସିନ୍ଦୁର ପୋଛିଦେଲା ।
ସ୍ୱାମୀ ଚାଲିଗଲା ପରେ ଅଧାଗଢ଼ା ଘର ଉପରେ ଟିଣ ଦେଇ ଭଙ୍ଗା ଖଟ ଉପରେ ବିତୁଛି ତାଙ୍କ ଜୀବନ । ବାରଣ୍ଡାରେ ରହିଛି ଚୁଲି । ସେଥିରେ ହିଁ ଶାଗ ଭାତ ରୋଷେଇ କରୁଛନ୍ତି । ଖୋଲାମେଲା ଘର କେତେବେଳେ କୁକୁର ତ ଆଉ କେତେବେଳେ ବିଲେଇର ଡର, ଏହାରି ଭିତରେ ନିଜ ତିନି ଝିଅଙ୍କୁ ଧରି ପଡ଼ି ରହିଛନ୍ତି ଟିଣ ତଳେ । ତିନି ଝିଅ ଭିତରୁ ଦୁଇ ଝିଅ ସ୍କୁଲ ପଢ଼ୁଥିବା ବେଳେ ବଡ଼ ଝିଅ କଲେଜରେ ପଢୁଛି କିନ୍ତୁ ପଢାଇବା ପାଇଁ ମଧ୍ୟ ତାଙ୍କ ପାଖରେ ଅର୍ଥ ନାହିଁ – ସରକାରଙ୍କ ତରଫରୁ ବିଧବା ଭତ୍ତା ଆଉ ଚାଉଳ ଗଣ୍ଡାକ ମିଳିଲେ ମଧ୍ୟ ଗୁଜୁରାଣ ମେଣ୍ଟିଇ ପାରୁନି । ଭୋକର ଓଦାକନା ଆଉ ଟିଣକୁ ସାହାରା ଆଉ ଖଣ୍ଡିଏ ପୋଷାକକୁ ସୁଖର ଚାଦର ଭାବି କଟାଉଛନ୍ତି ଜୀବନ । ଏପର୍ଯ୍ୟନ୍ତ ନା ନେତାଙ୍କର ନଜର ପଡ଼ିଲାଣି ନା ସ୍ଥାନୀୟ ପ୍ରଶାସନଙ୍କ ନଜର ପଡୁଛି । ସାହାଯ୍ୟର ହାତ ବଢାଇବା ପାଇଁ ବୀଣା କରୁଛନ୍ତି ନିବଦେନ ।