ଦିବ୍ୟାଙ୍ଗ ବାପା ଝିଅକୁ ବଞ୍ଚିବାର ଆଶା ଦେଖାଇଲେ ସ୍ବେଛାସେବୀ ସଂଗଠନ ‘ବିପଦର ବନ୍ଧୁ’ …..
1 min readଗଞ୍ଜାମ ; ଜଣେ ଗରିବ ଅସହାୟ ଭିନ୍ନକ୍ଷମ ଯୁବତୀ ଦୁର୍ଦ୍ଦିନରେ ରହିଥିବା ବେଳେ ତାଙ୍କୁ ସ୍ୱାବଲମ୍ବୀ କରାଇ ଆଗକୁ ବାଟ ଚାଲିବା ପାଇଁ ପ୍ରେରଣା ଯୋଗାଇଛି ସ୍ବେଛାସେବୀ ସଂଗଠନ ‘ ବିପଦର ବନ୍ଧୁ ‘ । ଭଞ୍ଜନଗର ବାଉଁଶଲୁଣ୍ଡି ପଂଚାୟତ ଚକୁଣ୍ଡାପଲୀ ଗ୍ରାମରେ ବସବାସ କରୁଥିବା ସ୍ୱପ୍ନା ଓ ତାଙ୍କ ବାପା । ସେମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନଥିବା ବେଳେ ଖାଇବାକୁ ଦିନକୁ ଦୁଇ ମୁଠା ମଧ୍ୟ ମିଳୁନଥିଲା । ଅନ୍ୟର ଜାଗାରେ ବର୍ଷା, ଖରା ଓ ଶୀତରେ ଜରି ପାଲ ଟାଣି ରହୁଥିଲେ ଦୁଇ ଅସହାୟ ବାପ ଝିଅ ।
ଭିନ୍ନକ୍ଷମ ସ୍ୱପ୍ନା ଓ ତାଙ୍କ ବୃଦ୍ଧ ପିତା କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ନଥିଲେ । କାରଣ ବାପା ପକ୍ଷାଘାତ ରୋଗୀ ବେଳେ ସ୍ୱପ୍ନା ଭିନ୍ନକ୍ଷମ ଅଟନ୍ତି । ଫଳରେ ଅନ୍ୟ ମାନଙ୍କ ଠାରୁ କିଛି ମାଗି ଆଣି ଖାଇ ଉଭୟେ ବଞ୍ଚି ରହିଥିଲେ । ଏହି ଦୁଃଖନୀୟ ଖବର ପ୍ରତିଦିନ ଟିଭି ରୁ ଖବର ପାଇ ପ୍ରଶାସନ ପକ୍ଷ୍ୟରୁ ସେମାନଙ୍କୁ ବଡକୋଦଣ୍ଡା ରାସ୍ତାରେ ଚାରି ଡେସିମିଲ ପଟା ଜାଗା ସହ ତିରିଶି ହଜାର ଟଙ୍କା ର ଚେକ ପ୍ରଦାନ କରାଯାଇଥିଲା ।
ଏହା ପରେ ‘ବିପଦର ବନ୍ଧୁ’ ଓଡିଶା ପରିବାର ର ସଦସ୍ୟ ମାନେ ପହଂଚି ସେମାନଙ୍କ ପାଇଁ ଏକ ଟିଣ ଘର କରିବା ସହ ରାସନ ସାମଗ୍ରୀ, ଚାଉଳ ଓ ଅନ୍ୟାନ୍ୟ ଜିନିଷ ପତ୍ର ଯୋଗାଇ ଦେଇଥିଲେ । ବର୍ତମାନ ସ୍ୱପ୍ନା ଭିକ୍ଷା ବୃତ୍ତି ଛାଡି ରୋଜଗାର କ୍ଷମ କରିବା ପାଇଁ ବ୍ୟବସାୟ ଉଦେଶ୍ୟରେ ଏକ ଦୋକାନର ବ୍ୟବସ୍ଥା କରାଇଦେଇନ୍ତି ବିପଦର ବନ୍ଧୁ ଅନୁଷ୍ଠାନ ।
ବର୍ତମାନ ଦୋକାନରେ ବିଭିନ୍ନ ରାସନ ସାମଗ୍ରୀ ପାଠ୍ୟ ଉପକରଣ ଓ ପିଲାଙ୍କ ନିମନ୍ତେ ଖେଳନା ଆଦି ବିକ୍ରି କରିବା ପାଇଁ ଯୋଗାଇ ଦେଇଛନ୍ତି ।
ଆଗାମୀ ଦିନରେ ମଧ୍ୟ ଯାହା କିଛି ସାହାଯ୍ୟ ସହଯୋଗ ଆବଶ୍ୟକ ପଡିବ ସେସବୁ ମଧ୍ୟ ଯୋଗାଇ ଦେବାକୁ ସଂଗଠନ ପ୍ରତିଶୃତି ଦେଇଛି ଭିନ୍ନକ୍ଷମ ସ୍ୱପ୍ନା ଆଜି ଏସବୁ ଦେଖି ବେଶ ଖୁସି ଅଛନ୍ତି । ଆଉ ସଗଂଠନକୁ ନିଜ ଭାଇ ବୋଲି ସମ୍ବୋଧନ କରି ଧନ୍ୟବାଦ ଦେଇ ବେସ୍ ଖୁସି ବ୍ୟକ୍ତ କରିଛନ୍ତି ସ୍ୱପ୍ନା।