Pratidin TV

Odisha's Digital News Platform

ବିବାହର ୬ ବର୍ଷ ପରେ ମା ହେଲେ ବିପାଶା : ଝିଅର ନୂଆ ଫଟୋ ପୋଷ୍ଟ କରିବା ସହ ଲେଖିଲେ ‘ଥ୍ୟାଙ୍କୟୁ ଦେବୀ’…

1 min read

ମୁମ୍ବାଇ : ଝିଅର ଝଲକ ଦେଖାଇଲେ ବିପାଶା । ଇଷ୍ଟାଗ୍ରାମରେ ସେୟାର କଲେ ଫୋଟ । ବଲିଉଡ ଅଭିନେତ୍ରୀ ବିପାଶା ବସୁ ଓ ଅଭିନେତା କରଣ ସିଂ ଗ୍ରୋଭର ଏକ କ୍ୟୁଟ କନ୍ୟା ସନ୍ତାନର ମମି-ପାପା ହୋଇ ସାରିଛନ୍ତି । ସମୟ ସମୟରେ ବିପାଶା ତାଙ୍କ ଝିଅକୁ ସୋସିଆଲ ମିଡିଆରେ ଦେଖାଇବାର କୌଣସି ଅବସର ଛାଡି ନ ଥାଆନ୍ତି । ନିକଟରେ ପୁଣିଥରେ ବିପାଶା ବସୁ ଭିନ୍ନ ଅନ୍ଦାଜରେ ଝିଅ ଦେବୀର ଝଲକ ଶେୟାର କରିଛନ୍ତି ।

Advertisement

ବିପାଶାଙ୍କ ଝିଅ ଦେବୀ ବି ବ୍ଲୁ କଲର ଡ୍ରେସ ପିନ୍ଧି ସତେ ଯେମିତି ପୋଜ ଦେଉଥିବା ଦେଖାଯାଉଛି । ମାଆ ଝିଅଙ୍କ ଏହି ବିଶେଷ ମୁଭମେଂଟ ଦେଖି ନେଟିଜେନ୍ସ ତାଙ୍କୁ ଖୁବ୍ ଭଲପାଇବା ଦେଇଛନ୍ତି । ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି, ଯେଉଁଥିରେ ମାଆ ଝିଅଙ୍କ କିଛି କ୍ୟୁଟ ଫଟୋ ଦେଖିବାକୁ ମିଳିଛି । ତେବେ ଝିଅର ପ୍ରାଇଭେସିକୁ ନଜରରେ ରଖି ବିପାଶା ଦେବୀ ମୁହଁ ଉପରେ ବଡ ଦିଲ ଇମୋଜି ଲଗାଇ ଦେଇଛନ୍ତି । ଏହାକୁ ଶେୟାର କରି ବିପାଶା ଲେଖିଛନ୍ତି, ମାଇଁ ହାର୍ଟ ଇଜ ଫୁଲ, ଦେବୀ ଥ୍ୟାଙ୍କ ୟୁ । ଏହି ଫଟୋ କ୍ରେଡିଟ ଅଭିନେତ୍ରୀ ବେଦୀଙ୍କ ପିତା କରଣଙ୍କୁ ଦେଇଛନ୍ତି ।

ସୂଚନାଯୋଗ୍ୟ, ବିବାହର ପ୍ରାୟ ୬ ବର୍ଷ ପରେ ବିପାଶା ଓ କରଣ ମାତାପିତା ହୋଇଥିଲେ । ୧୨ ନଭେମ୍ବର ୨୦୨୨ରେ ଝିଅ ଦେବୀଙ୍କୁ ଜନ୍ମ ଦେଇଥିଲେ ବିପାଶା । ଏବେ ସେ ପ୍ରାୟ ଅଢେଇ ମାସର ହୋଇଗଲାଣି । ହେଲେ ଏବେ ପର୍ଯ୍ୟନ୍ତ କପୁଲ ପ୍ରଶଂସକଙ୍କୁ ତାଙ୍କ ଝିଅର ଚେହେରା ଦେଖାଇ ନାହାନ୍ତି ।

Leave a Reply

Your email address will not be published. Required fields are marked *