Pratidin TV

Odisha's Digital News Platform

ଭାଇକୁ ସହିଦ କରିବାକୁ ପ୍ରସ୍ତୁତ ଅଛନ୍ତି ବବି ଦାସ

1 min read

ନବୀନ ସରକାରଙ୍କ ସମୟରେ ପାୱାର ଫୁଲ ଥିବା ବବି ଦାସ ଏବେ ହୋଇପଡିଛନ୍ତି ପାୱାରଲେସ | ଏପରିକି ଭାଈ ଘରକୁ ଯାଇ ଭାଈ ଭଵ ପ୍ରସାଦ ଦାସଙ୍କୁ ଗିରଫ କରିବା ପରେ ମଧ୍ୟ ଭାଈଙ୍କୁ ସୁରକ୍ଷା ଯୋଗାଇ ପାରିଲେନାହିଁ ବବି ଦାସ | ତେବେ ଏବେ ଭାଈ ଗିରଫ ହେବା ପରେ ଗଣମାଧ୍ୟମକୁ ଆସି ସଫେଇ ଦେଇଛନ୍ତି | ଗୋଟାଇପଟେ ଧର୍ମଶାଳା ବିଧାୟକ ହିମାଂଶୁ ବବି ଦାସଙ୍କ ବିରୋଧରେ କଳାକାର୍ଣ୍ଣମାର ଚିଠା ବାହାର କରିଥିବା ବେଳେ ଅନ୍ୟପଟେ ବବି ଦାସଙ୍କ ନିଜ ଭାଈ ଜେଲରେ ଫସିଛନ୍ତି | କୁହାଯାଉଛି ଯେ ପୋଲିସ ଭବପ୍ରସାଦଙ୍କ ଦ୍ୱାରା ଭାଈ ବବି ଦାସଙ୍କ ବିରୋଧରେ ଥିବା ଗୋଟି ଗୋଟି କରି ଅଭିଯୋଗର ସତ୍ୟାସତ୍ୟ ବାହାର କରିପାରେ ସେଥିପାଇଁ ଏବେ ଚିନ୍ତାରେ ପଡିଯାଇଛନ୍ତି ବବି ଦାସ |

ତେବେ ଗତକାଲି ଗଣମାଧ୍ୟମ ଆଗରେ ଆସି କହିଛନ୍ତି ଭାଈର କିଛି ଭୁଲ ନାହିଁ, ‘ସେ ମା ପାଇଁ ଯାଇଛି ଜେଲ | ଏପରିକି ତାକୁ ଯଦି ଫାସୀ ହୋଇଯାଏ ତେବେ କିଛି ଚିନ୍ତା ନାହିଁ |’ ସେ କହିଛନ୍ତି, ‘ମାଟି ଓ ମା ପାଇଁ ଲଢେଇ କରି ଜେଲ ଯାଇଛି ଭବପ୍ରସାଦ | ମା’ଙ୍କ ପ୍ରକଳ୍ପ ସଂକ୍ରାନ୍ତରେ ସତ ପଦାକୁ ଆସୁ ହାତକୁ ସେ ବିରୋଧ କରୁନାହାନ୍ତି, ମା’ଙ୍କ ପ୍ରକଳ୍ପ ଲାଗି ସମସ୍ତେ ଏକାଠି ହୋଇଥିଲେ | ପୂର୍ବ ସରକାର ସମସ୍ତ ପଦକ୍ଷପ ନେଇଥିଲେ, ସେବାୟତ ମାନଙ୍କ ଅଧିକାଂଶ ଜମି ଯାଇଥିଲା | ଉତ୍ସାହର ସହ ଜମି ଛାଡିଥିଲେ ସେବାୟତ | ଲୋକେ ଚାହୁଁଛନ୍ତି ତାହା ହେଉ | ପ୍ରକଳ୍ପ ପାଇଁ ସମସ୍ତ ଅଂଶୀଦାରଙ୍କୁ ଡକାଯାଉ | ତେବେ ଯଦି ଵେବପରି ସସହଉଛନ୍ତି ସେଠାରେ ହାତ କରାଯାଉ, ତେବେ ମା ବିରଜାଙ୍କ ପ୍ରକଳ୍ପରେ ଆଞ୍ଚ ନ ଆସୁ, ନିରୀହ ଲୋକ ଅସୁବିଧାରେ ନ ପଡ଼ନ୍ତୁ |’

Advertisement

Leave a Reply

Your email address will not be published. Required fields are marked *