Pratidin TV

Odisha's Digital News Platform

ଆଜିଠୁ ହୀରାକୁଦରେ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପକ୍ଷୀ ଗଣନା ଆରମ୍ଭ ।

ସମ୍ବଲପୁର ; ଆଜି ଠାରୁ ଆରମ୍ଭ ହୋଇଛି ହୀରାକୁଦ ଜଳଭଣ୍ତାରରେ ଚଳିତ ବର୍ଷର ପକ୍ଷୀଗଣନା କାର୍ଯ୍ୟ । ଏନେଇ ଆଜି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଡ଼ିଏଫୋଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ହୀରାକୁଦ ଓ୍ବାଲ୍ଡ ଲାଇଫ ଡିଭିଜନ ପକ୍ଷରୁ ଆଜି ସମ୍ବଲପୁର, ଝାରସୁଗୁଡା ଓ ବରଗଡ ଜିଲ୍ଲାର ବନ ବିଭାଗର ଟିମ ଏହି କାର୍ଯ୍ୟ ପାଇଁ ନିୟୋଜିତ କରାଯାଇଛି । ହୀରାକୁଦ ଡ୍ୟାମଠାରୁ ଛତିଶଗଡ ସୀମାନ୍ତ ପର୍ଯ୍ୟନ୍ତ ଏହି ପକ୍ଷୀ ଗଣନା କାର୍ଯ୍ୟ କରାଯିବ ।

ଏଥିପାଇଁ ହୀରାକୁଦ ଜଳଭଣ୍ଡାର କୁ ୨୧ ଟି ସେକ୍ଟରରେ ବିଭାଜନ କରାଯାଇଛି । ଏଥର ପକ୍ଷୀ ଗଣନା ପାଇଁ ୩୨ ଟି ଟିମ ଗଠନ କରାଯାଇଛି । ଏହି ଟିମରେ ୩୩ ଜଣ ପକ୍ଷୀ ବିଶେଷଜ୍ଞ ରହିଥିବା ବେଳେ ପକ୍ଷୀ ଚି଼ହ୍ନଟ ସହ ଗଣନା କାର୍ଯ୍ୟ ଜାଣିଥିବା କିଛି ବନ ବିଭାଗର କର୍ମଚାରୀ ମାନଙ୍କୁ ଚି଼ହ୍ନଟ କରାଯାଇ ଏହି ଟିମରେ ସାମିଲ କରାଯାଇଛି ।

ଏହି ପକ୍ଷୀ ଗଣନା କାର୍ଯ୍ୟ ପାଇଁ ୭୮ ଜଣ ଗଣନାକାରୀ ନିୟୋଜିତ ହୋଇଛନ୍ତି । ହୀରାକୁଦ ଜଳଭଣ୍ଡାର ରେ ଏହି ଗଣନାକାରୀ ଦଳ ସକାଳ ୫ ଟାରୁ ଆଜି ବାହାରିଛନ୍ତି । ଏହାସହ ସକାଳ ୬ ଟାରୁ ସଂଦ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଯାରୀ ରହିବ ବୋଲି ସୂଚନା ଦିଆଯାଇଛି । ଏହି ଟିମ ଗୁଡିକୁ ବନ ବିଭାଗ ପକ୍ଷରୁ ବାଇନାକୁଲାର ଓ ସୁରକ୍ଷା ପାଇଁ ଲାଇଫ ଜାକେଟ, ଜିପିଏସ ଲୋକେସନ ଟ୍ରେକର ବ୍ୟବହାର ପାଇଁ ଦିଆଯାଇଛି ।

Leave a Reply

Your email address will not be published. Required fields are marked *