Pratidin TV

Odisha's Digital News Platform

କେରଳରେ ବ୍ଲାର୍ଡ ଫ୍ଲୁ ଆତଙ୍କ , ୬ ହଜାରରୁ ଅଧିକ ପକ୍ଷୀ ମୃତ

କେରଳ : କେରଳରେ ବାର୍ଡ ଫ୍ଲୁ ଆତଙ୍କ । ୬ ହଜାରରୁ ଅଧିକ ପକ୍ଷୀ ମୃତ । ଦେଶରେ ଥଣ୍ଡାର ପ୍ରକୋପ ବଢ଼ିବା ସହିତ ବାର୍ଡ ଫ୍ଲୁ ବ୍ୟାପିବାରେ ଲାଗିଛି । କେରଳର କୋଟ୍ଟାୟାମ ଜିଲାର ତିନୋଟି ଭିନ୍ନ ପଂଚାୟତରେ ଏହା ଯୋଗୁ ଇତିମଧ୍ୟରେ ୬ ହଜାରରୁ ଅଧିକ ପକ୍ଷୀଙ୍କର ମୃତ୍ୟୁ ଘଟିଛି ।

ଶନିବାର ଜିଲାର ଭେଚୁର, ନନ୍ଦୁର ଏବଂ ଅର୍ପୁୁକାରା ପଂଚାୟତରେ ମୋଟ ୬,୦୧୭ ପକ୍ଷୀଙ୍କର ମୃତ୍ୟୁ ଘଟିଛି ବୋଲି ଜିଲା ପ୍ରଶାସନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ଏଥିସହ ପ୍ରକାଶ ଯେ ଭେଚୁରରେ ପ୍ରାୟ ୧୩୩ ଟି ବତକ ଏବଂ ୧୫୬ ଟି କୁକୁଡ଼ା, ନେନ୍ଦୁରରେ ୨,୭୫୩ ବତକ ଏବଂ ଅର୍ପୁକାରାରେ ୨,୯୭୫ ବତକଙ୍କ ମୃତ୍ୟୁ ଘଟିଛି । ଲାକ୍ଷାଦ୍ୱୀପ ପ୍ରଶାସନ ବାର୍ଡ ଫ୍ଲୁ ବ୍ୟାପୁଥିବାକୁ ଦୃଷ୍ଟିରେ ରଖି କେରଳରୁ କୁକୁଡ଼ା ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

Leave a Reply

Your email address will not be published. Required fields are marked *