ପିପିଲି ରେ ବାର୍ଡ଼ ଫ୍ଲୁ ଆତଙ୍କ, ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ..
1 min readପିପିଲି ରେ ଦେଖାଦେଇଛି ବାର୍ଡ଼ ଫ୍ଲୁ ଆତଙ୍କ । ଏନେଇ ଗତକାଲି ଠାରୁ ୧୩ ଜଣିଆ ଡାକ୍ତରୀ ଟିମ ପିପିଲି ପ୍ରାଣୀ ଚିକିତ୍ସାଳୟ ରେ ପହଞ୍ଚି କୁକୁଡ଼ା ମରା ଅଭିଯାନ ଆରମ୍ଭ କରିଛନ୍ତି । ପିପିଲି ରେ ପ୍ରାୟ ୪୭ ଟି କୁକୁଡ଼ା ଫାର୍ମ ରୁ ପାଖାପାଖି ୨୦ ହାଜର ରୁ ଅଧିକ କୁକୁଡ଼ା ମରାଯିବା ବୋଲି ଅନୁମାନ କରାଯାଉଛି। ଡେଲାଙ୍ଗ ପିପିଲି ରେ ପୂର୍ବରୁ ଭାଇରସ ସଂକ୍ରାମକ ହୋଇ ହାଜର ହଜାର ସଂଖ୍ୟା ରେ କୁକୁଡ଼ା ମରିଯାଉଥିଲେ। ଏହାକୁ ନେଇ ଚାଷୀମାନେ ଚିନ୍ତା ପ୍ରକଟ କରି ପ୍ରାଣୀ ଚିକିତ୍ସାଳୟ ରେ ଅଭିଯୋଗ କରିବା ସହ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରାଣୀ ଚିକିତ୍ସା ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ ଫଳରେ ଆନିମଲ ଡ଼ିଜିିଜ ରିସର୍ଚ୍ଚ ସେଣ୍ଟର ପକ୍ଷରୁ କୁକୁଡ଼ାର ରକ୍ତ ମଳ ମୁତ୍ର କଫ ସଂଗ୍ରହ କରାଯାଇ ଥିଲା ।
ଏହା ସହିତ ମଲା କୁକୁଡ଼ାକୁ କୁ ମଧ୍ୟ ପରୀକ୍ଷା କରାଯିବା ପାଇଁ ଭୋପାଳ ପଠାଯାଇଥିଲା । ତେବେ ଏହି ନମୁନାରୁ ବାର୍ଡ ଫ୍ଲୁ ପଜେଟିଭ୍ ରିପୋର୍ଟ ଆସିଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହାକୁ ନେଇ ପିପିଲି ରେ ୧୩ ଜଣିଆ ଡ଼ାକ୍ତରୀ ଦଳ ପହଁଚି ଥିବା ବେଳେ ଫାର୍ମ ମାଲିକ ମାନଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏନେଇ ଗତକାଲି ଠାରୁ ବିଭିନ୍ନ କୁକୁଡ଼ା ଫାର୍ମ ରେ ଏହି ଡାକ୍ତରୀଦଳ ପହଞ୍ଚି କୁକୁଡ଼ା ମରା ଅଭିଯାନ ଆରମ୍ଭ କରିଛନ୍ତି । ସେପଟେ ଏଭଳି ଘଟଣା କୁ ଚାଷୀ ବିଶ୍ଵାସ କୁ ନେଇ ନଥିବା ବେଳେ କୁକୁଡ଼ା ଫାର୍ମ ମାଲିକ ଓ ଚାଷୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ କୁକୁଡ଼ା ଚାଷୀନେତା ପ୍ରଦ୍ୟୁମ୍ନ ପରିଡା ଦାବି କରିଛନ୍ତି। ସେପଟେ ଏହି କୁକୁଡ଼ା ମରା ଅଭିଯାନରେ ଚାଷୀ ମାନଙ୍କ ସହ କୈାଣସି ଜାଲିଆତି ନ କରିବାକୁ ପିପିଲି ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ଚେତାବନୀ ଦେଇଛନ୍ତି।