ଡହ ଡହ ଖରାରେ ପକ୍ଷୀମାନେ ଶୋଷିଲା ରହିବେନି ବୋଲି , ପାଣିପାତ୍ର ବାନ୍ଧିଲେ ପ୍ରକୃତି ପ୍ରେମୀ ରଶ୍ମିରଞ୍ଜନ..
1 min readଏ ସ୍ୱାର୍ଥପର ଦୁନିଆରେ କିଏବା କାହାର ? ଧାଁ ଦୌଡର ଜୀବନ ଭିତରୁ ବାହାରି ଅଧ ରାତିରେ ହେଉ କି ନିଛାଟିଆ ଖରାବେଳେ ମଣିଷ ଯେତେବେଳେ ନିଜ ଭିତରେ ହଜି ନିଜକୁ ଖୋଜେ ନିଜକୁ ପଚାରେ, ହୁଏତ ସେବେ ସେ କାହାକୁ ପାଏନା । କାରଣ ଏଠି କାଁ ଭାଁ ସମ୍ପର୍କର ମୂଲ୍ୟ ବୁଝୁଥିବା ମଣିଷ ମିଳନ୍ତି । ହାତଗଣତି ହୃଦୟବାନ ଓ ମଣିଷପଣିଆ ଭର୍ତ୍ତି ଭଲଲୋକ ଭେଟ ହୁଅନ୍ତି । ଏଠି ମଣିଷ ମଣିଷକୁ ବେଳ ପଡିଲେ ପଚାରେନା । ଆପେ ବଞ୍ଚିଲେ ବାପର ନାଁ ନ୍ୟାୟରେ ଏଠି ନିଇତି ଧାଏଁ ମେସିନ ମୁହାଁ ମଣିଷ । ଆଉ ସେମିତି ସ୍ଥିତିରେ ପଶୁପକ୍ଷୀଙ୍କ କଥା ପଚାରେ ବା କିଏ ? ହଁ ସେମିତି କହିହେବନି ଯେ, ଏ ସମାଜରେ ପଶୁପ୍ରେମୀ ନାହାନ୍ତି ବୋଲି । ଅଛନ୍ତି, କିଏ ଦାମୀ କୁକୁରକୁ ଏସି ରୁମରେ ଶୁଆଏ ତ କିଏ ଶୁଆ ଶାରୀ ଘରେ ରଖି ତାଙ୍କର ଯତ୍ନ ନିଏ । ହେଲେ ବାହାରେ ବୁଲୁଥିବା ପଶୁପକ୍ଷୀଙ୍କ ପାଇଁ ଖୁବ କମ ଲୋକଙ୍କ ପ୍ରାଣ କାନ୍ଦେ । ଆଉ ସେମାନଙ୍କ ମଧ୍ୟରୁ ଏମିତି ଜଣେ ହୃଦୟବାନ ମଣିଷ ଯାହାର ମନ ପକ୍ଷୀଙ୍କ ପାଇଁ ଅସ୍ଥିର ହୋଇଛି । ଆଉ ଏ ଡହଡହ ଖରାରେ ବାହାରି ଆସିଛନ୍ତି ସେମାନଙ୍କ ସେବା ଶୁଶୃଷା କରି ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ…
ସାରା ରାଜ୍ୟରେ ଜାରୀ ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆଉ ଅସ୍ତ ବ୍ୟସ୍ତ ହୋଇପଡୁଛି ଜନଜୀବନ । ମଣିଷ ଙ୍କ ସମେତ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ପଶୁପକ୍ଷୀା ଏଭଳି ସ୍ଥିତି କୁ ନଜରରେ ରଖି ସମସ୍ତ ବଣୁଆ ପକ୍ଷୀ ଙ୍କ ପାଇଁ ପିଇବା ପାଣି ଓ କିଛି ଖାଦ୍ୟ ର ବ୍ୟବସ୍ଥା କରିଛନ୍ତି ପ୍ରକୃତ ଓ ପ୍ରାଣୀପ୍ରେମୀ ତଥା ସମାଜସେବୀ ଦରଦୀବନ୍ଧୁ ରଶ୍ମିରଞ୍ଜନ ବାରିକ । ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ଭାବେ କାର୍ଯ୍ୟରତ ଯୁବକ ରଶ୍ମିରଂଜନ ନିୟମିତ କେନ୍ଦ୍ରାପଡ଼ା ରୁ ଆଳି ୩୫ କିମି ରାସ୍ତା ଅତିକ୍ରମ କରି ଯାତାୟାତ କରନ୍ତି । ରାସ୍ତାରେ ଯା ଆସ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ପଶୁ ମାନଙ୍କ ଚିକିତ୍ସା କରିବା ଠୁ ଆରମ୍ଭ କରି ସେମାନଙ୍କ ମୃତଦେହ ରାସ୍ତା ରୁ ନେଇ ବ୍ୟବଛେଦ କରିବା ପର୍ଯ୍ୟନ୍ତ ମହତ କାର୍ଯ୍ୟ ସେ ସମ୍ପାଦନ କରନ୍ତି ।
ବର୍ତ୍ତମାନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଖାତିର ନ କରି ରଶ୍ମିରଞ୍ଜନ ନିଜର ପକେଟ ଖର୍ଚ୍ଚ ରୁ କାଟି ପକ୍ଷୀଙ୍କ ପାଇଁ ମାଟି ର ଛୋଟ ଛୋଟ ଠେକି ଓ ଶିକା କିଣି କଟକ -ଚାନ୍ଦବାଲି ରାସ୍ତାର ବିଭିନ୍ନ ବୃକ୍ଷ ରେ ପାଣି ଭର୍ତ୍ତିି କରି ଝୁଲାଇଥିବା ଦେଖିବାକୁ ମିଳୁଛି । ପକ୍ଷୀମାନେ ମଧ୍ୟ ଉପରୁ ଉଡି ଆସି ପାଣି ପିଇବା ସହିତ କିଛି ଖାଦ୍ୟ ଖାଇ ଆନନ୍ଦ ରେ ଉଡିଯାଉଛନ୍ତି । ରଶ୍ମିରଂଜନ ଏଭଳି ଭାବେ ଏକ ହଜାର ମାଟି ହାଣ୍ଡି ଠେକି ରେ ପକ୍ଷୀଙ୍କ ପାଇଁ ଜଳ ବ୍ୟବସ୍ଥା କରିବା ସହିତ ପ୍ରତିଦିନ ସେଥିରେ ପାଣି ଭର୍ତ୍ତି କରିବେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଦର୍ଶକ ବନ୍ଧୁ ରଶ୍ମିରଞ୍ଜନ ନିୟମିତ ଭାବେ ରକ୍ତଦାନ ସହିତ ନିଜର ଅଙ୍ଗଦାନ ଓ କେନ୍ଦ୍ରାପଡ଼ା ର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ରେ ଅସହାୟ ମାନଙ୍କୁ ସହାୟତା ର ହାତ ବଢ଼ାଇ ସାଧାରଣରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କର ଏଭଳି ମହତ ଚିନ୍ତାଧାରା କୁ ସମଗ୍ର ଆଳି ସମେତ କେନ୍ଦ୍ରାପଡ଼ା ଜିଲ୍ଲା ରେ ବେଶ ପ୍ରଶଂସା କରାଯାଉଛି ।