Pratidin TV

Odisha's Digital News Platform

କୋହଭରା କଣ୍ଠରେ ବିରଜୁ କହିଲେ ବିଧବା ଭାଇ ବୋହୂ ଉପରେ ଆଉ ସାଜିବାକୁ ଚାହୁଁନି ବୋଝ,ପାକିସ୍ତାନ ଜେଲରେ ମୁଁ ଭଲରେ ଥିଲି..

1 min read

ରାଜଗାଙ୍ଗପୁର: ହେ ଭଗବାନ ମୋତେ ଏ ଦୁନିଆକୁ କାହିଁକି ଆଣିଲ । ଜନ୍ମ ତ ଦେଲ କିନ୍ତୁ ମୋ କଥା କାହିଁକି ବୁଝିଲନି । ପାକିସ୍ତାନ ଜେଲ ରେ ଥିଲି ଭଲ ଥିଲି ମୋତେ ମୋ ମାଟି କୁ ଆଣି ଛାଡିଦେଲା ପ୍ରଶାସନ କିନ୍ତୁ ମୋ କଥା ବୁଝିଲାନି । ପଞ୍ଜାବ ବର୍ଡର ରୁ ସୁରକ୍ଷିତ ଭାବେ ଆଣିଲା ଜିଲ୍ଲାପ୍ରଶାସନ । ତାପରେ ଗାଁ ରେ ମଧ୍ୟ ମୋତେ ଭବ୍ୟ ସ୍ୱାଗତ କରାଯାଇଥିଲା କିନ୍ତୁ ଏବେ ଜାଣିଲି ପାକିସ୍ତାନର ଜେଲ ଜୀବନ ମୋ ପାଇଁ ଭଲ ଥିଲା କିଛି ଏଭଳି କହି ଆଖି ରୁ ଲୁହ ବାହାରି ଯାଉଛି । ୨୫ ବର୍ଷ କାଳ ପାକିସ୍ତାନ ଜେଲରେ ବନ୍ଦୀ ଜୀବନ କାଟିଥିବା କୁତ୍ରା ବ୍ଲକ ଅନ୍ତର୍ଗତ ଜଙ୍ଗରପଡା ବାସିନ୍ଦା ବିରଜୁ କୁଲୁ । ଏହେଉଛନ୍ତି ବିରଜୁ କୁଲୁ ଯିଏକି ପାକିସ୍ତାନ ଜେଲ ରେ ୨୫ ବର୍ଷ କାଳ ବନ୍ଦୀ ଜୀବନ କାଟିଛନ୍ତି । ମାନସିକ ଅନଗ୍ରସର ହେଲେ ମଧ୍ୟ ଏବେ ନିଜ କାମ ନିଜେ କରୁଛନ୍ତି । ଖେଳୁଛନ୍ତି ବୁଲୁଛନ୍ତି ମଧ୍ୟ କିନ୍ତୁ ପ୍ରଶାସନ ର ଅବହେଳିତ ଯୋଗୁଁ ଶୋଇବା ପାଇଁ ଭଲ ଖଟ ମଧ୍ୟ ନାହିଁ । ବହୁ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ବିରଜୁ କୁଲୁ । ଛୋଟ ବେଳୁ ବିରଜୁ ମାନସିକ ଅନଗ୍ରସର । ଯେତେବେଳେ ଛୋଟ ଥିଲେ ଘରୁ ବାହାରି ବୁଲି ବୁଲି ଜାଣି ନପାରି ପାକିସ୍ତାନର ସୀମାକୁ ପଳାଇଥିଲେ ସେଠାରେ ପାକିସ୍ତାନର ସୁରକ୍ଷା କର୍ମୀ ମାନେ କାବୁ କରି ବନ୍ଦୀ କରି ରଖିନେଇଥିଲେ ।

ପରିବାର ଲୋକ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ବିରଜୁକୁ ପାଇନଥିଲେ ଶେଷରେ ଭାଗ୍ୟ ଆଦରି ବିରଜୁ କୁଲୁ କୁ ଅପେକ୍ଷା ରେ ରହିଥିଲେ ବାପା, ମା,ଭାଇ ଓ ଭଉଣୀ । ପୁଅର ବାଟକୁ ଅନେଇ ବାପା,ମା ଓ ଭାଇ ଆରପାରିକୁ ଚାଲିଗଲେ । ପାକିସ୍ତାନ ଜେଲରେ ୨୫ ବର୍ଷ ବନ୍ଦୀ ଜୀବନ କାଟିବା ପରେ ପାକିସ୍ତାନ ସରକାର ବିରଜୁଙ୍କୁ ୨୦୨୦ ମସିହା ଅକ୍ଟୋବର ମାସ ୨୬ ତାରିଖ ଦିନ ମୁକ୍ତ କରି ଭାରତକୁ ପଠାଇଥିଲେ । ଏହା ପରେ ସରକାର ତତ୍ପରତା ଦେଖାଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହାୟତା ରେ ୨୦୨୦ ମସିହା ନଭେମ୍ବର ମାସ ୧୩ ତାରିଖ ରେ ନିଜ ଜନ୍ମ ମାଟିକୁ ଅଣାଯାଇଥିଲା । ନିଜ ପୈତୃକ ଗାଁ ରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବର୍ତ୍ତମାନ ବିରଜୁ ଅବହେଳିତ ଅବସ୍ଥାରେ ଜୀବନ କାଟୁଛନ୍ତି । ସେ ତାଙ୍କ ଭାଇ ବୋହୂ ଆଶ୍ରିତା କୁଲୁଙ୍କ ନିକଟରେ ରହୁଛନ୍ତି । ପ୍ରଶାସନ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଭୁଲି ଗଲା ଓ ଅନ୍ନପୂର୍ଣ୍ଣା ଯୋଜନା ରେ ଦେଉଥିବା ୧୦ କେଜି ଚାଉଳ ମଧ୍ୟ ଦୀର୍ଘ ୧ ବର୍ଷ ହେବ ବନ୍ଦ କରିଦେଇଛି । ବିଧବା ଆଶ୍ରିତା ଦିନମଜୁରିଆ ଭାବେ କାର୍ଯ୍ୟ କରି ଜୀବନ କାଟୁଥିବା ବେଳେ ବିରଜୁ ଙ୍କୁ ପାଳିବା ପାଇଁ ତାଙ୍କ ନିକଟରେ ସମ୍ବଳ ନାହିଁ । ସେଥିପାଇଁ ବହୁ ଦୟନୀୟ ଅବସ୍ଥାରେ ଜୀବନ କାଟୁଛନ୍ତି ।

Advertisement

Leave a Reply

Your email address will not be published. Required fields are marked *