Pratidin TV

Odisha's Digital News Platform

କଂଗ୍ରେସ୍‌କୁ ହାଇଭୋଲ୍ଟ ଝଟ୍‌କା , ଇସ୍ତଫା ଦେଲେ ବିଶ୍ୱ ଭୂଷଣ ।

1 min read

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ହାଇଭୋଲ୍ଟ ଝଟ୍‌କା । ଆଜି କଂଗ୍ରେସକୁ ଇସ୍ତଫା ଦେଇଛନ୍ତି ବିଶ୍ୱ ଭୂଷଣ ଦାସ। ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

ତେବେ ବିଶ୍ୱ ଭୂଷଣ ଇସ୍ତଫା ଦେବା ପରେ ସେ ବିଜେଡିରେ ମିଶିବାକୁ ଚର୍ଚ୍ଚା ଜୋର ଧରିଛି । ଯଦି ସତରେ ଏପରି ହୁଏ ତେବେ ଏହି ଯୁବ ନେତା ଜଣଙ୍କ ତୁଷାରକାନ୍ତି ବେହେରାଙ୍କ ପାଇଁ ବଡ କଣ୍ଟା ସାଜିପାରନ୍ତି ।

Advertisement

୨୦୦୯ ଓ ୨୦୧୯ରେ କାକଟପୁରରୁ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଥିଲା। ଛାତ୍ର ଓ ଯୁବ କଂଗ୍ରେସରେ ତାଙ୍କର ବେଶ୍ ଦବଦବା ଥିଲା। ବିଶ୍ୱ ଭୂଷଣ ପିସିସି ଉପସଭାପତି ଥିଲେ। ବିଶ୍ୱ ଭୂଷଣ ବିଜେବି କଲେଜର ସଭାପତି ଭାବେ ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ହେବା ସହ ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ।

Leave a Reply

Your email address will not be published. Required fields are marked *