Pratidin TV

Odisha's Digital News Platform

ବିଜେଡି ଓ ବିଜେପି ଦଳର ପ୍ରାର୍ଥୀ ସମ୍ବଲପୁର ବାସୀଙ୍କୁ ଭୋଟ ଛାଡି କ୍ଷମା ମାଗନ୍ତୁ – କଂଗ୍ରେସ ପ୍ରାର୍ଥୀ ଦୁର୍ଗା ପାଢ଼ୀ

ସମ୍ବଲପୁର ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ପାଇଁ ସବୁ ଦଳର ପ୍ରାର୍ଥୀ ମାନେ ନିଜ ନିଜର ତୀବ୍ର ପ୍ରଚାର କରୁଥିବା ବେଳେ କଂଗ୍ରେସ ଦଳର ପ୍ରାର୍ଥୀ ପଛରେ ନରହି ନିଜର ମାରାଥନ ପ୍ରଚାର ଆରମ୍ଭ କରିଛନ୍ତି । ସମ୍ବଲପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ଦୁର୍ଗା ପାଢ଼ୀ ନିଜର ସମର୍ଥକ ଏବଂ କଂଗ୍ରେସ କର୍ମୀ ମାନଙ୍କ ସହ ଠାକୁରପଡା ଠାରୁ ଆରମ୍ଭ କରି ବେହେରାମୁଣ୍ଡା ପର୍ଯ୍ୟନ୍ତ ଘର ଘର ବୁଲି ମାରାଥନ ପ୍ରଚାର କରିଛନ୍ତି । ଏହି ସମୟରେ ସେ ବିଭିନ୍ନ ପଡା ମାନଙ୍କର ଲୋକଙ୍କ ସହ ସଭା ମଧ୍ୟ କରିଛନ୍ତି । ଏହି ସଭା ମାନଙ୍କ ରେ କଂଗ୍ରେସ ଦଳର ଗ୍ୟାରେଣ୍ଟି ତଥା ଘୋଷଣା ପତ୍ର ବିଷୟରେ ଲୋକଙ୍କୁ ନିଜ ଭାଷଣ ମାଧ୍ୟମରେ କହିଥିଲେ । ଏହାସହ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ନେଇ ଟାର୍ଗେଟ ମଧ୍ୟ କରିଥିଲେ ।

ଶ୍ରୀ ପାଢ଼ୀ କହିଥିଲେ ଯେ ବିଗତ ୨୪ ବର୍ଷରେ ରାଜ୍ୟରେ ବିଜେଡି ସରକାର ଏବଂ ୧୦ ବର୍ଷ ଧରି କେନ୍ଦ୍ରରେ ବିଜେପି ସରକାର ଲୋକଙ୍କୁ ମିଛ ପ୍ରତିଶୃତି ଦେଇଛି । ଲୋକଙ୍କୁ ଯେଉଁ ସବୁ ମୌଳିକ ସୁବିଧା ବିଜୁଳି,ପାନୀୟ ଜଳ, ସ୍ଵଛ ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ଦରଦାମ ବୃଦ୍ଧି ନିୟନ୍ତ୍ରଣ,ଶିକ୍ଷା ବ୍ୟବସ୍ଥାର ଦାଇତ୍ୱ ଉଭୟ ସରକାର ନେବା କଥା ସେ ସବୁ ଦାଇତ୍ୱରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଫେଲ ମାରିଛନ୍ତି ।

ଯାହାଫଳରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କଂଗ୍ରେସ ସରକାର ସମୟରେ ଗରିବ, ମଧ୍ୟବିତ୍ତ ପରିବାର ଲୋକେ ଯେଉଁ ସବୁ ମୌଳିକ ସୁବିଧା ସହଜରେ ପାଇ ପାରୁଥିଲେ ତାହା ଏହି ଉଭୟ ସରକାର ରେ ପାଇ ପାରୁନାହାନ୍ତି । ଏଥିପାଇଁ ବିଜେପି ଏବଂ ବିଜେଡି ଦଳର ପ୍ରାର୍ଥୀ ହୋଇଥିବା ନେତା ମାନେ ଲୋକଙ୍କୁ ଭୋଟ ମାଗିବା ଛାଡି କ୍ଷମା ମାଗିବା ଦରକାର ବୋଲି କଂଗ୍ରେସ ପ୍ରାର୍ଥୀ ଦୁର୍ଗା ପାଢ଼ୀ କହିଛନ୍ତି ।

Leave a Reply

Your email address will not be published. Required fields are marked *