Pratidin TV

Odisha's Digital News Platform

ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କଲା BJD , ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ …

1 min read

ଷଷ୍ଠ ପ୍ରାର୍ଥୀ ତାଲିକା ଘୋଷଣା କଲା BJD । ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ , ଚିଲିକାରୁ ରଘୁନାଥ ସାହୁ , ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ , ସାରସକଣା ରୁ ଦେବାଶିଷ ମରଣ୍ଡି , କରଞ୍ଜିଆରୁ ବସନ୍ତୀ ହେମମ୍ର, ରେମୁଣାରୁ ବିଦ୍ୟାସ୍ମିତ ମହାଳିକ , ସିମୁଲିଆ ରୁ ସୁଭାଷିନୀ ସାହୁ, କେନ୍ଦ୍ରାପଡାରୁ ଗଣେଶ୍ୱର ବେହେରା ଏବଂ ଚମ୍ପୁଆରୁ ସନାତନ ମହାକୁଡ଼ ଙ୍କୁ ପ୍ରାର୍ଥୀ କରିଛି ବିଜେଡି ।

ତେବେ ବଡ଼ଚଣାର ୬ ଥରର ବିଧାୟକ ଅମର ଶତପଥୀଙ୍କ ଟିକେଟ କାଟି ଦଳ ଏଥର ବର୍ଷାଙ୍କୁ ମଇଦାନକୁ ଓହ୍ଲାଇଛି। ବର୍ଷା ଦୁଇ ଦିନ ପୂର୍ବେ ବିଜେଡିରେ ସାମିଲ ହୋଇଥିବା ବେଳେ ଅମର ଶତପଥୀଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ ଘୋଷଣା କରି ବିଗ୍ ସରପ୍ରାଇଜ ଦେଇଛି ବିଜେଡି। ଏଥିସହ ସନାତନ ମହାକୁଡ ବି ବିଜେଡିରେ ସାମିଲ ନ ହୋଇ ବି ଦଳ ତାଙ୍କୁ ଚମ୍ପୁଆରୁ ପ୍ରାର୍ଥୀ ଘୋଷଣା କରିଛି।

Advertisement

ଆଜି ଘୋଷଣା ହୋଇଥିବା ଷଷ୍ଠ ପର୍ଯ୍ୟାୟ ତାଲିକାରେ ଘୋଷିତ ୯ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ୪ ମହିଳାଙ୍କୁ ମଇଦାନକୁ ଓହ୍ଲାଇଛି। ତେଣୁ ଷଷ୍ଠ ପର୍ଯ୍ୟାୟ ତାଲିକା ସୁଦ୍ଧା ବିଜେଡି ୩୨ ମହିଳାଙ୍କୁ ବିଧାନସଭା ନିର୍ବାଚନ ନିମନ୍ତେ ଟିକେଟ ଦେଇ ସାରିଛି ।ତେବେ ଆଜିର ୯ପ୍ରାର୍ଥୀଙ୍କୁ ମିଶାଇ ବିଜେଡି ସମୁଦାୟ ୧୩୫ ପ୍ରାର୍ଥୀ ତାଲିକା ଘୋଷଣା କରିଛି

Leave a Reply

Your email address will not be published. Required fields are marked *