Pratidin TV

Odisha's Digital News Platform

ବିଜେଡିର ଶେଷ ପ୍ରାର୍ଥୀ ତାଲିକା ; ରାଣୀ ଅରୁନ୍ଧତିଙ୍କ ବଦଳରେ ରୋମାଞ୍ଚ ରଞ୍ଜନଙ୍କୁ ବାଛିଲା ଦଳ …..

1 min read

ଶେଷ ପ୍ରର୍ଥୀ ତାଲିକା ଘୋଷଣା କଲା ବିଜେଡି । ୩ଟି ଆସନ ପାଇଁ ପ୍ରାର୍ଥୀମାନେ ବ୍ୟଗ୍ର ଥିବାବେଳେ ୩ଟି ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ, କୋରେଇରୁ ସଂଧ୍ୟାରାଣୀ ଦାସ, ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ, ନୀଳଗିରିରୁ ପ୍ରାର୍ଥୀ ହେଲେ ସୁକାନ୍ତ କୁମାର ନାୟକ । କିନ୍ତୁ ଶେଷ ସମୟରେ ବଦଳିଲେ ଦେବଗଡର ପ୍ରାର୍ଥୀ ।

ଅନ୍ୟପଟେ ଦେବଗଡ ପାଇଁ ଅରୁନ୍ଧତୀଙ୍କ ନାଁ ଘୋଷଣା କରାଯାଇଥିବାବେଳେ ଏବେ ଏହାକୁ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନାଁ ଘୋଷଣା କରିଛି । ଅରୁନ୍ଧତୀଙ୍କ ବଦଳରେ ରୋମାଞ୍ଚଙ୍କ ଉପରେ ଭରସା କରିଛି ଦଳ । ନିକଟରେ କିଛି ଦିନ ତଳେ ଦେବଗରୁ ଅରୁନ୍ଧତୀଙ୍କୁ ବଛାଯାଇଥିବା ବେଳେ ହଠାତ୍ ଶେଷ ସମୟରେ ତାଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନଙ୍କୁ ଟିକେଟ୍ ଦିଆଯାଇଛି । ଯାହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ଜୋର ଧରିଛି ।

Advertisement

ଏପଟେ ଆଜି ବିଜେଡି ପକ୍ଷରୁ ଶେଷ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିଛନ୍ତି । ଏହା ନବୀନଙ୍କ ଦ୍ୱିତୀୟ ନିର୍ବାଚନ କ୍ଷେତ୍ର। ହିଞ୍ଜିଳି ପରେ ଆଜି କଣ୍ଟାବାଞ୍ଜି ଆସନରୁ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Leave a Reply

Your email address will not be published. Required fields are marked *