Pratidin TV

Odisha's Digital News Platform

ମେଣ୍ଟ ହେବ କି ନାହିଁ ? ନବୀନ ନିବାସ ବୈଠକ ପରେ କ’ଣ କହିଲେ ଦେବୀ ଓ ଅରୁଣ ସାହୁ?

1 min read

ଆଜି ନବୀନ ନିବାସରେ ଅପରାହ୍ନ ୪ଟା ସମୟରୁ ବିଜେଡିର ବରିଷ୍ଠ ନେତାମାନଙ୍କ ସହ ବଡ ବୈଠକ ବସିଥିଲା | ସେହି ବୈଠକରେ ମୁଖ୍ୟମନ୍ତ୍ରୀ ଏବଂ ୫-T ଙ୍କ ଅଧକ୍ଷତାରେ ହୋଇଥିଲା | ପ୍ରାୟ ୨୦ ରୁ ଅଧିକ ବିଧାୟକ ନବୀନ ନିବାସରେ ପହଞ୍ଚିଥିଲେ | ଏବଂ ହୋଇଥିଲା ବୈଠକ | ବୈଠକ ସାରିଥିବା ପରେ ବିଜେଡି ସାଂସଦ ଦେବୀ ମିଶ୍ର ମେଣ୍ଟକୁ ନେଇ ଗୋଟେ ପ୍ରକାର ସଙ୍କେତ ଦେଇଥିଲେ | ଏବଂ କହିଥିଲେ ରାଜ୍ୟର ସ୍ୱାର୍ଥ ଦେଖି ସରକାର ନେବେ ବଡ ନିଷ୍ପତି ଏବଂ ସବୁ ବିଷୟରେ ନବୀନ ପଟ୍ଟନାୟକ ନିଷ୍ପତି ନେବେ | ଅରୁଣ ସାହୁ ମଧ୍ୟ ଏହି କଥା କହିଥିବାର ସୂଚନା ମିଳିଥିଲା | ଏହି ଦୁଇ ନେତାଙ୍କ ପ୍ରତିକ୍ରିୟା ପରେ ମେଣ୍ଟ ହେବା ନେଇ ଗୋଟେ ପ୍ରକାର ଇସାରା ମିଳୁଛି ବୋଲି ଆଲୋଚନା ଚାଲିଛି | ସେପଟେ ବିଜେପିରେ ଜୁଏଲ ଓରାମଙ୍କ ପ୍ରତିକ୍ରିୟାରେ ମେଣ୍ଟାକୁ ନେଇ ସଙ୍କେତ ମିଳୁଛି | ସେ କହିଥିଲେ ମେଣ୍ଟ ହୋଇଥିଲା ଆମେ ଏକାକୀ ଲଢ଼ିବୁ ବୋଲି ମତ ଦେଇଥିଲୁ ମେଣ୍ଟ ହେବ କି ନାହିଁ ତାହା କେନ୍ଦ୍ର ନେତୃତ୍ୱରେ ନିଷ୍ପତି ନେବେ |

ପୁଣିଥରେ ରାଜ୍ୟରେ ଏକାଠି ହୋଇପାରେ ବିଜେଡି-ବିଜେପି | ଦୀର୍ଘ ୧୫ ବର୍ଷ ପରେ ପୁଣି ହୋଇପାରେ ମେଣ୍ଟ | ଏହା କିଛି ନୂଆ ନୁହେଁ କି ଅସମ୍ଭବ ମଧ୍ୟ ନୁହେଁ | ୧୯୯୮ରୁ ୨୦୦୯ ଦୁଇ ଦଳ ଏକାଠି ଥିଲେ | ଏବଂ ରାଜ୍ୟକୁ ସମ୍ଭାଳୁ ମଧ୍ୟ ଥିଲେ | ରାଜ୍ୟରେ ମେଣ୍ଟ ଚର୍ଚା ଭିତରେ ନବୀନ ନିବାସରେ ହୋଇଛି ଗୁରୁତ୍ୱପୂର୍ଣ ବୈଠକ | ହୋଇପାରେ ବିଜେଡି-ବିଜେପି ମେଣ୍ଟ | ଏହାକୁ ନେଇ ମିଳିଛି ସଂକେତ |

କହିବାକୁ ଗଲେ ୧୯୯୭ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା ସେହି ସମୟରେ ରାଜ୍ୟରେ ନେତୃତ୍ବର କୁତ୍ରିମ ଅଭାବ ଦଦେଖା ହେବାକୁ ଲାଗିଲା | ନେତା ନଥିଲା ତାହା ନୁହେଁ | ସେପରି କ୍ଷମତା କାହା ପାଖରେ ନଥିଲା ଯେପରି ଓଡ଼ିଶାରେ ବିଜୁ ବାବୁଙ୍କ ପାଖରେ ଥିଲା | ତାଙ୍କ ପାଖରେ ଥିଲା ରାଜ୍ୟକୁ ଏକାଠି ରଖିବାର ଶକ୍ତି | ତା’ମଧ୍ୟରେ ବିଜୁ ବାବାଙ୍କ ପରିବାରରେ ଖୋଜ ଚାଲିଥିଲା କିଏ ତାଙ୍କ ଗାଦିରେ ଯୋଗ ଦେବେ | ସେହି ସମୟରେ ବିଜୁ ବାବାଙ୍କ ସାନ ପୁଅ ନବୀନ ପଟ୍ଟନାୟକଙ୍କୁ ରାଜନୀତିକୁ ଆଣିଥିଲେ |

ତେବେ ୧୯୯୮ ମସିହାରେ ବାଜପେୟୀଙ୍କ ସରକାର ଥିବା ସମୟରେ ଆରମ୍ଭ ହୋଇଥିଲା ବିଜେଡି-ବିଜେପି ମେଣ୍ଟ | ତାଙ୍କର କ୍ଷମତାରେ ହୋଇଥିଲା ସମ୍ଭବ | ସେହିବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ଆସ୍କାରୁ ନବୀନ ପଟ୍ଟନାୟକଙ୍କୁ ମିଶାଇ ବିଜେଡି ୯, ବିଜେପି ୭ ଆସନରେ ବିଜୟୀ ହୋଇଥିଲା। ତାପରେ ବାଜପେୟୀ ସରକାର ଭାଙ୍ଗିଯିବାକୁ ୧୯୯୯ରେ ପୁଣି ନିର୍ବାଚନ ହେଲା, ଯେଉଁଥିରେ ବିଜେଡି ୧୦, ବିଜେପି ୯ ଆସନ ଜିତିଥିଲେ। ସେମିତି ୨୦୦୪ ସାଧାରଣ ନିର୍ବାଚନରେ ବିଜେଡି ୧୧ ଓ ବିଜେପି ୭ଟି ଆସନରେ ଜିତିଥିଲେ।

ତେବେ କହିବାକୁ ଗଲେ ୨୦୦୦ ଓ ୨୦୦୪ରେ ମିଳିତ ଭାବେ ସରକାର କରିଥିଲେ ଉଭୟ। ଦୁଇ ଦଳ ଉଭୟ ଲୋକସଭା ଓ ବିଧାନସଭା ସିଟ୍‌ ବାଣ୍ଟି ନେଇଥିଲେ । ବିଜେଡିକୁ ୮୪ ବିଧାନସଭା ଓ ୧୨ ଲୋକସଭା ସିଟ୍‌ ଛାଡ଼ିଥିଲା ବିଜେପି। ବିଜେପିକୁ ୬୩ ବିଧାନସଭା ଓ ୯ ଲୋକସଭା ସିଟ୍‌ ଛାଡ଼ିଥିଲା ବିଜେଡି। ଏପରି ଭାବେ ହୋଇଥିଲା ୨ ଦଳ କରିଥିଲେ ସେୟାରିଂ |

କିନ୍ତୁ ନବୀନ ନିବାସରେ କେନ୍ଦ୍ରୀୟ ବିଜେପି ନେତାଙ୍କ ବାରମ୍ବାର ବୈଠକ ସୁଫଳ ହୋଇନଥିଲା ।୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିଲା। ପରେ ବିଜେଡି ଏକାକୀ ଭାବରେ ତା’ ଦଳ ଚଳାଇଥିଲା | ଏବଂ ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନ ଜିତିଥିଲା | କିନ୍ତୁ ସମୟ ବଦଳିପାରେ | ପୁଣିଥରେ ଏକାଠି ଦେଖା ଦେଇପାରନ୍ତି ବିଜେଡି-ବିଜେପି |ପୁଣି ମିଶି କରିପାରନ୍ତି ରାଜନୀତି |

Leave a Reply

Your email address will not be published. Required fields are marked *