Pratidin TV

Odisha's Digital News Platform

ରଘୁନାଥପଲ୍ଲୀ ରୁ ଟିକେଟ ପାଇ କଣ କହିଲେ ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା ରେଖା ….

1 min read

ଏଥର ବିଜେଡିର ମହିଳା କାର୍ଡ ଖେଳିଛି। ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ ପାଇଛନ୍ତି ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନା ରେଖା ବେହେରା। ଅର୍ଚ୍ଚନା ରେଖା ଜଣେ ସାଧାରଣ ଗୃହଣୀ ହୋଇ ଥିବା ବେଳେ ତାଙ୍କର ରାଜନୀତି ସହ କୌଣସି ସମ୍ପର୍କ ନାହିଁ। ସେ ଗ୍ରାଜୁଏସନ ପାଠ ପାଠିଥିବା ବେଳେ ସେ ରାଉରକେଲାରେ ରେ ବଡ଼ ହେଇଛନ୍ତି। ସୁବ୍ରତ ତରାଇଙ୍କୁ ବିବାହ କରିବା ପରେ ସାଧାରଣ ଗୃହଣୀ ଭାବରେ ଜୀବନଯାପନ କରୁଥିଲେ ଅର୍ଚ୍ଚନା। ସୁନ୍ଦରଗଡ଼ ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟିକେଟ ଫାଇନାଲ ହେଇଥିବା ବେଳେ ରଘୁନାଥପଲ୍ଲୀ ଝୁଲି ରହିଥିଲା। ଏହି ନିର୍ବାଚନ ମଣ୍ଡଳୀରେ ଅନେକ ଆଶାୟୀ ଥିଲେ। ଶେଷରେ ସୁବ୍ରତ ତରାଇଙ୍କ ବଦଳରେ ତାଙ୍କ ପତ୍ନୀଙ୍କୁ ଟିକେଟ ଦେଇଛି ବିଜେଡି। ଟିକେଟ ପାଇବା ପରେ ଅର୍ଚ୍ଚନା ଦେଇଛନ୍ତି ପ୍ରଥମ ପ୍ରତିକ୍ରିୟା ।

ସେ କହିଛନ୍ତି ପ୍ରଥମେ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ଧନ୍ୟବାଦ ଦେବୀ , ତାପରେ ଭିକେ ପାଣ୍ଡିଆନ , ପ୍ରଣବ ପ୍ରକାଶ ଦାସ ଙ୍କୁ ଧନ୍ୟବାଦ ଜଣାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଆଶା ଆଉ ବିଶ୍ୱାସ ରଖିଛନ୍ତି ସେସବୁକୁ ମୁଁ ପୁରଣ କରିବି । ମୋ ସ୍ୱାମୀ ହେଉଛନ୍ତି ବିଧାୟକ ତେଣୁ ତାଙ୍କର ନୀତି ଆଦର୍ଶ ରେ କାମ କରିବି । ଦୁହେଁ ମିଶି ସବୁ ଦାୟିତ୍ୱ ସମ୍ଭଳିବୁ । କେବଳ ସୁବ୍ରତ ତରାଇଙ୍କ ସ୍ଥାନ ପତ୍ନୀ ଅର୍ଚ୍ଚନା ରେଖା ନେଇଛନ୍ତି ତା ନୁହେ ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନ ନେଇଛନ୍ତି ତାଙ୍କ ସ୍ତ୍ରୀ ରଞ୍ଚିତା ମାର୍ଣ୍ଡି। ସୁଦାମଙ୍କ ମୟୁରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *