Pratidin TV

Odisha's Digital News Platform

ବାପା କଳ୍ପତରୁଙ୍କ ଟେକ ରଖିବେ ପୁଅ ପ୍ରଣବ ବଳବନ୍ତରାୟ ।

ଯାଜପୁର ; ରାଜ୍ୟରେ ଆଜି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୁଥମାନଙ୍କରେ ଭୋଟରମାନେ ଭିଡ଼ ଲଗାଇବା ଆରମ୍ଭ ହୋଇଯାଇଛି । ଆଜି ୬଼ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ରର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି।

ଏହି ପର୍ଯ୍ୟାୟରେ୯୯ ଲକ୍ଷ ୬୧ ହଜାର ୫୭ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ୦୭୬ ପୁରୁଷ, ୪୮ ଲକ୍ଷ ୭୨ ହଜାର ୨୯୪ ମହିଳା ତଥା ୬୮୭ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି।
ଏହାରି ଭିତରେ ବିଜୁ ଜନତା ଦଳର ଧର୍ମଶାଳା ପାର୍ଥୀ ପ୍ରଣବ ବଳବନ୍ତ ରାୟ ଭୋଟ କେନ୍ଦ୍ରରେ ନିଜ ପରିବାର ସହ ପହଞ୍ଚି ମତସାବ୍ୟସ୍ତ କରିଛନ୍ତି । ତେବେ ପ୍ରଥମ ଥର ପାଇଁ ବିଜେଡିରୁ କଳ୍ପତରୁ ଦାସ ବିଜୟ ହୋଇ ଓଡିଶା ବିଧାନସଭାକୁ ଯାଇଥିଲେ । ସେ ଲଗାତର ୪ ଥର ବିଧାୟକ ବନିଥିଲେ ।

ତେବେ କଳ୍ପତରୁଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପ୍ରଣବ କୁମାର ବଳବନ୍ତରାୟ ୨୦୧୪ ମସିହାରେ ପାର୍ଥୀ ହୋଇ ବିଜୟ ମଧ୍ୟ ହୋଇଥିଲେ । ଏହାପରେ ୨୦୧୯ ନିର୍ବାଚନରେ ସେ କଂଗ୍ରେସର ସ୍ମୃତିରେଖା ପହିୟା ଓ ବିଜେପିର ରମେଶ ଚନ୍ଦ୍ର ପରିଡା ଙ୍କୁ ପରାସ୍ତ କରି ବିଧାନସଭାକୁ ବିଜୟ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ମଧ୍ୟ ସ୍ମୃତିରେଖା ପୁଣି ବିଜେପି ପ୍ରାର୍ଥୀ ଭାବେ ପ୍ରଣବକୁ ଟକ୍କର ଦେଇଛନ୍ତି ।

Leave a Reply

Your email address will not be published. Required fields are marked *