Pratidin TV

Odisha's Digital News Platform

ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଝୁଲନ୍ତା ମୃତଦେହ ଉର୍ଦ୍ଧାର , ମୋବାଇଲରେ କଣ ରହିଛି ପ୍ରମାଣ …

1 min read

ଭୁବନେଶ୍ୱର : ଶନିବାର ପୁରୀ ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ନଂ ଜୋନ୍‌ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଭୁବନେଶ୍ୱର ଶିଶୁପାଳଗଡ ସ୍ଥିତ ବାସଭବନରୁ ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଧର୍ମେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଖଣ୍ଡିଆକୁଦ ଗ୍ରାମରେ । କିନ୍ତୁ ସେ ଭୁବନେଶ୍ୱରରେ ବ୍ୟବସାୟ ଆରମ୍ଭ କରି ନିଜ ପରିବାର ସହ ରହିଆସୁଥିଲେ । ଜଣେ ବିଶିଷ୍ଠ ନେତା ହୋଇ ମଧ୍ୟ ତାଙ୍କ ପରିବାରରେ ଅନେକ କଳହ ଲାଗିରହୁଥିଲା । ସେ ପ୍ରାୟତଃ ସବୁସମୟରେ ମଦପିଇ ଫେରନ୍ତି ଘରକୁ ,ଏହା ସହ ନିଜ ସ୍ତ୍ରୀକୁ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଧର୍ମେନ୍ଦ୍ରଙ୍କ ଶଶୁର । ଏହାସହ ସେ ଅନେକ ଟଙ୍କା ଧାର କରିଥିବା କଥା ମଧ୍ୟ ସାମ୍ନାକୁ ଆସୁଛି ।

facebook post

ତେବେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ର ନିଜ ଫେସ୍‌ବୁକ୍ ପେଜରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଛନ୍ତି , ‘ମୋ ଫୋନ ୨ଟାରେ ସବୁ ଭିଡିଓ ଅଛି । ତାକୁ ଲୋକ ଲୋଚନକୁ ଆଣିବେ’ । ତେଣୁ ତାଙ୍କ ଆତ୍ମହତ୍ୟାକୁ ନେଇ ଏକ ବଡ ଧରଣର ଦ୍ୱନ୍ଦ ସୃଷ୍ଟି ହୋଇଛି । ଫୋନରେ ଏଭଳି କେଉଁ ଭିଡିଓ ରହିଛି ଯାହାକୁ ଧର୍ମେନ୍ଦ୍ର ଲୋକଲୋଚନାକୁ ଆଣିବାକୁ ଚାହୁଁଥିଲେ ।ଏହି ସବୁ ରହସ୍ୟ ଉପରୁ କେବଳ ପୋଲିସ ହିଁ ପରଦା ଉଠେଇପାରିବା ଧମେନ୍ଦ୍ର କାହିଁକି ଆତ୍ମହତ୍ୟା କଲେ ? କିମ୍ବା ତାଙ୍କୁ ମାରିଦିଆ ଯାଇଛି କି ? ଏଭଳି ଅଣେକ ପ୍ରଶ୍ନ ଉଠିଛି ଏହି ବିଜେଡି ନେତାଙ୍କୁ ନେଇ ।

Advertisement

ସେହିଭଳି ଗତକାଲି ବିଳମ୍ବିତ ରାତିରେ ଧମେନ୍ଦ୍ର ନିଜ ଘରକୁ ଫେରିଥିଲେ । ଏହାପରେ ଆଜି ସକାଳୁ ଭୁବନେଶ୍ୱର ସ୍ଥିତ ଘର ବାଲକୋନିରୁ ଧମେନ୍ଦ୍ରଙ୍କ ଝୁଲନ୍ତା ଶରୀର ମିଳିଛି । ଧମେନ୍ଦ୍ରଙ୍କୁ ଏକ ଗାମୁଛା ସାହାର୍ଯ୍ୟରେ ଝୁଲୁଥିବା ଅବସ୍ଥାରେ ଉର୍ଦ୍ଦାର କରିଥିଲା ପୋଲିସ । ତେବେ କଣ ପାଇଁ ଧମେନ୍ଦ୍ର ଏପରି କରିଛନ୍ତି । କୌଣସି ପାରିବାରିକ କଳହ ନା ତାଙ୍କ ମୃତ୍ୟୁ ପଛରେ ଆଉ କିଛି ରହସ୍ୟ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନି । ପୋଲିସ ତାଙ୍କ ଫୋନଟିକୁ ଜବତ କଲାପରେ ସେଥିରେ ଥିବା ଭିଡିଓରୁ ବୋଧହୁଏ ସବୁ ଜଣାପଡିପାରେ । ଏନେଇ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ।

ଶୁଣିବାକୁ ମିଳୁଛି ଯେ ଧର୍ମେନ୍ଦ୍ର ଆଗରୁ ମଧ୍ୟ ଥରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସେ ପୁଣି ସୁସ୍ଥ ହୋଇ ଘରକୁ ଫେରିଥିଲେ । କିନ୍ତୁ ତାଙ୍କ ପାରିବାରିକ ଜୀବନ କିଛି ଠିକ୍ ଚାଲିନଥିଲା । ସେହିଭଳି ଗତକାଲି ମଧ୍ୟ ଧମେନ୍ଦ୍ର ସ୍ତ୍ରୀଙ୍କୁ ଫୋନ କରି ଧମକ ଦେଇଥିବା ଶୁଣିବାକୁ ମିଳୁଛି । ତେବେ କଣ ପାଇଁ ଧମେନ୍ଦ୍ର ଏଭଳି ପଦକ୍ଷେପ ଗ୍ରହଣ କଲେ ତାହା ଏଯାଏଁ ସ୍ପଷ୍ଟ କରିପାରିନି ପୋଲିସ । ସେହିପରି ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ନିଜର ଖୋଳତାଡ ଅରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *