Pratidin TV

Odisha's Digital News Platform

ପ୍ରଧାନମନ୍ତ୍ରୀ ଜନତାଙ୍କୁ ଦିନରେ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି : କାର୍ତ୍ତିକ ପାଣ୍ଡିଆନ୍

1 min read

ବିଜେପି ନେତା ଓ ପ୍ରଧାନମନ୍ତ୍ରୀଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ | ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ବଙ୍ଗୋମୁଣ୍ଡା ନିର୍ବାଚନୀରେ ଜନସଭାରେ କାର୍ତ୍ତିକ ପାଣ୍ଡିଆନ ଯାଇଥିଲେ | ଏବଂ ସେହି ସମୟରେ ବିଜେପି ନେତାଙ୍କ ବିଷୟରେ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି |

ସଭାରେ ମୁଖ୍ୟମନ୍ତ୍ରୀ ବିଜେପି ନେତାଙ୍କୁ ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ | ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରୁ ବିଜେପି ହାରୁଛି । ତେଣୁ ପ୍ରଧାନମନ୍ତ୍ରୀଙ୍କର ଚାଷୀଙ୍କ କଥା ମନେ ପଡୁଛି । ସୋଲାର ବିଜୁଳି ନାମରେ ବିଜେପି ନେତା ଦିନରେ ଲଣ୍ଡନ ଦେଖାଉଥିବା ନେଇ ଜନତାଙ୍କୁ କହିଥିଲେ | ୫0 ହଜାର ଡିପୋଜିଟ କର ସୋଲାର ପାୱାର ମିଳିବ, ବିଜେପି ସରକାର ଦିନରେ କଣ ଲଣ୍ଡନ ଦେଖାଉଛି | ଡବଲ ଇଞ୍ଜିନ ସରକାର ଦିନରେ ସୋଲାର ଲାଇଟ କଥା କହି ଓଡିଶାକୁ ଲଣ୍ଡନ କରିଦେଉଛି | ପାଣ୍ଡିଆନ କହିଥିଲେ, ରାଜ୍ୟବାସୀଙ୍କୁ ବିଜେଡି ସରକାର ମାଗଣା ବିଜୁଳି ଦେବାକୁ ଯାଉଛି | ଓଡ଼ିଶାର ୯0 ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ | ଏଥର ଆୟୁଷ୍ମାନ ଯୋଜନାରେ ମା’ ଙ୍କୁ ମିଳିବନି ୧0 ଲକ୍ଷ ଟଙ୍କା | କାରଣ ଏଥିରେ ବୀମା କମ୍ପାନୀ ପାଉଛନ୍ତି ଟଙ୍କା | ବିଏସକେୱାଇ ଏଟିଏମ୍ କାର୍ଡ୍ ଭଳି କାମ କରୁଛି ।

Advertisement

ପାଣ୍ଡିଆନ ଆହୁରି କହିଥିଲେ, ୨୦୧୪ ଓ ୨୦୧୯ରେ ଯେପରି ନିର୍ବାଚନ ସାମ୍ୱରେଆସି ପ୍ରଧାନମନ୍ତ୍ରୀ ପ୍ରଚାର କରି କହିଥିଲେ, ଏବେ ପୁଣି ସେମିତି କହୁଛନ୍ତି | ସେ ଆହୁରି କହିଥିଲେ ପେଟ୍ରୋଲ ଦର କମାଇବା ପାଇଁ ଧାନର ଏମଏସପି ଦୁଇଗୁଣା କରିବା କଥା ପ୍ରତିଶୃତି ଦେଇ ପ୍ରଧାନମନ୍ତ୍ରୀ ପୂର୍ବ ନିର୍ବାଚନରେ କରିଥିଲେ |

ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ କହିଥିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁନାହାନ୍ତି । କଣ୍ଟାବାଞ୍ଜିର ବିକାଶ ତାଙ୍କର ପ୍ରମୁଖ ଲକ୍ଷ୍ୟ । ସେ କଣ୍ଟାବାଞ୍ଜିର ରୂପାନ୍ତରଣ କରିବାକୁ ଚାହୁଁଛନ୍ତି । ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ରେକର୍ଡ ମାର୍ଜିନରେ ଜିତାଇ ଓଡ଼ିଶାରେ ଇତିହାସ ରଚିବେ । ଏହାସହ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ପରିମାଣରେ ଜିତାଇବାକୁ ଆହ୍ବାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *